ବନ୍ୟାପାଣିରେ ଭାସିଗଲା ତୁଙ୍ଗଭଦ୍ରା ଡ୍ୟାମର ଗେଟ

ବେଙ୍ଗାଲୁରୁ: ବନ୍ୟାପାଣିରେ ଭାସିଗଲା ତୁଙ୍ଗଭଦ୍ରା ଡ୍ୟାମର ଗେଟ । ଗତକାଲି ରାତିରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମରେ ବନ୍ୟା ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଡ୍ୟାମର ଏକ ଗେଟ୍ ଭାଙ୍ଗି ଭାସିଯାଇଥିବା ଜଣା ପଡିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ ଡାଉନ ଷ୍ଟ୍ରିମ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ସେପଟେ ପ୍ରଶାସନ ପକ୍ଷରୁ ଡ୍ୟାମର ୫ଟି ଗେଟକୁ ଛାଡ଼ି ବାକିଗୁଡ଼ିକୁ ଖୋଲି ଦିଆଯାଇଛି।

ସୂଚନା ଅନୁସାରେ, ଡ୍ୟାମରୁ ଅଧିକ ମାତ୍ରାରେ ପାଣି ନିଷ୍କାସନ ହେବା ପରେ ଭାସି ଯାଇଥିବା ୧୯ ନମ୍ବର ଗେଟର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ଡ୍ୟାମ ପ୍ରଶାସନ । ଗେଟ ଭାସିଯିବା ପରେ କୃଷ୍ଣା ନଦୀ କୂଳରେ ରହୁଥିବା ଲୋକଙ୍କୁ ସଜାଗ ରହିବାକୁ କହିବା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଅଞ୍ଚଳବାସୀଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରିଛି ପ୍ରଶାସନ ।

ବର୍ତ୍ତମାନ ଡ୍ୟାମ ମଧ୍ୟରୁ ୮୯ ହଜାର କ୍ୟୁସେସ ଜଳ ନିଷ୍କାସିତ ହେଉଛି। ଜଳ ପ୍ରବାହ ବୃଦ୍ଧି ପାଇଥିଲେ ହେଁ ଏବେ ବନ୍ୟା ସୃଷ୍ଟି ହୋଇନାହିଁ। ତେବେ ଲୋକମାନଙ୍କୁ ତୁଙ୍ଗଭଦ୍ରା ନଦୀରେ ଯାତାୟାତ କରିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.