ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ୍‌ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହେବା ପରେ ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି, ମୋର କିଛି ଭୁଲ୍‌ ନାହିଁ। ଏହା ଏକ ଟେକ୍ନିକାଲ ଇସ୍ୟୁ। ଯେଉଁଥିପାଇଁ ଗଭୀର ଭାବେ ଦୁଃଖିତ। ଓ୍ବାଡ଼ା ଓ ସିଏଏସକୁ ସମ୍ମାନ କରେ। ପୁଣିଥରେ ନିଷ୍ପତ୍ତିର ପୁନଃ ବିଚାର ଲାଗି ଆବେଦନ କରିବି। ଏଥିସହିତ ସେ ତାଙ୍କ ଫ୍ୟାନ୍ସ ଓ ସମର୍ଥକଙ୍କୁ ଧନ୍ଯବାଦ ଜଣାଇଛନ୍ତି।

ତେବେ ପ୍ରମୋଦ ଭଗତ ୧୨ ମାସ ଭିତରେ ବିଶ୍ବ ବ୍ୟାଡମିଣ୍ଟନ ସଂଘର ନିୟମ ୩ ଥର ଭଙ୍ଗ କରିଥିବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ଯାହା ଫଳରେ ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି। ପ୍ୟାରିସରେ ଆଗାମୀ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ ପାରାଅଲିମ୍ପିକ୍ସ।

Leave A Reply

Your email address will not be published.