ଭବାନୀପାଟଣା: କନ୍ଧମାଳ-କଳାହାଣ୍ଡି ସୀମା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ମାଣିକ ସାରୁ ପାହାଡ଼ରେ ଠାବ ହେଲା ମାଓବାଦୀଙ୍କ କ୍ୟାମ୍ପ। ଘଟଣାସ୍ଥଳରୁ ନକ୍ସଲ ଫେରାର ଥିବା ବେଳେ ଜବତ ହେଲା ମାଓ ସାମଗ୍ରୀ।

ସୂଚନା ଅନୁସାରେ କନ୍ଧମାଳ-କଳାହାଣ୍ଡି ସୀମା ଜଙ୍ଗଲର ମାଣିକ ସାରୁ ପାହାଡ଼ରେ ସୁରକ୍ଷା କର୍ମୀଙ୍କର ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ଉଭୟ ପକ୍ଷ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହାପରେ କ୍ୟାମ୍ପରୁ ଖସିଗଲେ ନକ୍ସଲ। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି କ୍ୟାମ୍ପ ଭିତରୁ ୫ଟି ସନ୍ଦିଗ୍ଧ ବଡ଼ ବଡ଼ ବ୍ୟାଗ୍ ଠାବ କଲେ କରିଛନ୍ତି।
ସେହିପରି ଗୋଟିଏ ବ୍ୟାଗରୁ ବିସ୍ଫୋରକ ଡିଟୋନେଟର, ଆଇଇଡି ମଧ୍ୟ ଠାବ କରିଛନ୍ତି ସୁରକ୍ଷା କର୍ମୀ। ଆଜି ଅପରାହ୍ନ ପ୍ରାୟ ୧୨ ବେଳେ ଏହି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଜଙ୍ଗଲରେ ୪ ରୁ ୫ ଜଣ ସଶସ୍ତ୍ର ନକ୍ସଲ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଖୋଜୁଛନ୍ତି ଯବାନ। ବର୍ଷା ଯୋଗୁଁ ଜଙ୍ଗଲରେ କମ ଦୃଶ୍ୟମାନ ହେଉଥିବାର ସୁଯୋଗ ନେଇ ମାଓବାଦୀ ଫେରାର ହେବାରେ ସଫଳ ହୋଇଥିଲେ।