ହଷ୍ଟେଲ ଶୌଚାଳୟରେ ଭୂତ ଥିବା ଅଭିଯୋଗ, ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ଥିବା କାଦାମଗୁଡା ଆଶ୍ରମ ବିଦ୍ୟାଳୟର ବାଳିକା ହଷ୍ଟେଲ ଶୌଚାଳୟରେ ଭୂତ ଦେଖାଯିବା ନେଇ ଅଭିଯୋଗ ପରେ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଛି।

ଶନିବାର ଦିନ କିଛି ଅନ୍ତେବାସୀ ଅଭିଯୋଗ କରିଛନ୍ତି ଯେ ସେମାନେ ରାତିରେ ଶୌଚାଳୟରେ ଭୂତ ଦେଖିଛନ୍ତି। ତେବେ ଏହି ଖବର ଖୁବଜୋରରେ ବ୍ୟାପି ଯାଇଥିଲା। ପରେ ସମସ୍ତ ଛାତ୍ରୀଙ୍କୁ ବଡବେଲ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରାଯାଇଛି।

ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ଅନ୍ତେବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ଯ ସେମାନେ ଏହାକୁ ସତ ବୋଲି କହିବା ସହ ଅଡିବସିଥିଲେ।

ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ କିରସାନି କହିଛନ୍ତି ଯେ ପାଞ୍ଚରୁ ୬ ଜଣ ଅନ୍ତେବାସୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ସେମାନଙ୍କ ଅଭିଜ୍ଞତା ବାଣ୍ଟିଛନ୍ତି। ଖଇରପୁଟ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଯେ, ଝିଅମାନଙ୍କୁ ବୁଝାସୁଝା କରି ଫେରାଇ ଅଣାଯିବ।

Leave A Reply

Your email address will not be published.