ପୁଣି ସ୍ବାଧୀନ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କଲେ ଆଉ ଜଣେ ବିଜେପି ନେତା

ଭୁବନେଶ୍ବର: ସକାଳେ ଦଳୀୟ ସମର୍ଥନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ କୁଡୁମୀ ନେତ୍ରୀ ମମତା ମହନ୍ତ । ଏବେ ପୁଣି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ଆଉ ଜଣେ ନେତା ନାମାଙ୍କନ ଭରିଛନ୍ତି । ଦଳୀୟ ପ୍ରାର୍ଥୀ ଭାବେ ମମତା ମହନ୍ତ ନାମାଙ୍କନ ଦାଖଲ କରିଥିବା ବେଳେ ପୁଣି ବିଜେପିର ଆଉ ଜଣେ ନେତା ଜଗନ୍ନାଥ ପ୍ରଧାନ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ତେବେ ଗୋଟେ ପଟେ ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ କେବଳ ବିଜେପି ପକ୍ଷରୁ ମମତା ମହନ୍ତ ପ୍ରାଥ୍ବିତ୍ବ କରିଥିବା ବେଳେ ସେ ହିଁ ରାଜ୍ୟସଭାକୁ ଯିବା ପ୍ରାୟ ଠିକ୍ ହୋଇସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଭରିଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଛନ୍ତି ।

ସବୁଠୁ ବଡ କଥା ହେଉଛି ସର୍ବ ସମ୍ମତରେ ମମତା ପ୍ରାର୍ଥିପତ୍ର ଭରିଥିବା ବେଳେ ଏହା ମଧ୍ୟରୁ ୧୦ ଜଣ ବିଧାୟକ ସ୍ବାଧୀନ ପ୍ରାର୍ଥୀ ଭାବରେ ଜଗନ୍ନାଥଙ୍କୁ ସମର୍ଥନ କିପରି ଜଣାଇଲେ ବୋଲି ପ୍ରଶ୍ନ ଉଠିଛି । ଯାହା ଏବେ ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେପିରେ ଦଳୀୟ କନ୍ଦଳ ଥିବାର ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତେବେ ଅନ୍ୟପକ୍ଷରେ କେହି କେହି ଏହା ବିଜେପିର ହିଁ ଚାଲ ବୋଲି କହିଛନ୍ତି । ବିଜେପି ନିଜେ ଡମି ପ୍ରାର୍ଥୀ ଦେଇ ତାହାର ପଟ ସୁରକ୍ଷିତ ରଖିବାକୁ ଚାହୁଁଛି ଚର୍ଚ୍ଚା ।

Leave A Reply

Your email address will not be published.