ଭୁବନେଶ୍ୱର: ଓଡ଼ିଶାରୁ ଦୂର ହେବ ଆଳୁ ସଙ୍କଟ। ଦୀର୍ଘ ଦିନର ଛକାପନଝା ପରେ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଲା ଆଳୁ ଆମଦାନୀ। ସୀମାନ୍ତ ସାଲପୋଟା ନିକଟରେ ଥିବା ପଶ୍ଚିମବଙ୍ଗର ନାକା ଗତକାଲି ରାତିରେ ପ୍ରତ୍ୟାହୃତ ହୋଇଛି। ଫଳରେ ଓଡ଼ିଶା ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ।
ସୂଚନା ଥାଉକି ପଶ୍ଚିମବଙ୍ଗ ସରକାରଙ୍କ ସହିତ ବ୍ୟବସାୟୀଙ୍କର ବୈଠକ ହୋଇଥିଲା। ବୈଠକରେ ବ୍ୟବସାୟୀମାନେ ଆଳୁ ଅନ୍ୟ ରାଜ୍ୟକୁ ପଠାଇବା ପାଇଁ ଦାବି କରିଥିଲେ। ଶେଷରେ ଏହି ଆଲୋଚନା ସଫଳ ହେବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଅଟକି ରହିଥିବା ଆଳୁ ଟ୍ରକ ଓଡ଼ିଶା ଆସିଛି। ଫଳରେ ଲକ୍ଷ୍ମଣନାଥ ଚେକପୋଷ୍ଟ ଦେଇ ଓଡିଶାକୁ ବହୁ ସଂଖ୍ୟାରେ ଆଳୁ ଗାଡ଼ି ପ୍ରବେଶ କରିଛି।