ଆନ୍ତଃରାଜ୍ୟ ନଦୀ ସଂଯୋଗର ଡିପିଆର ପ୍ରସ୍ତୁତ ହେଉଛି

ଭୁବନେଶ୍ୱର : ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣର ପ୍ରଥମ ପ୍ରସ୍ତାବରେ ମହାନଦୀ (ବରମୂଳ)- ଗୋଦାବରୀ (ଧବଳେଶ୍ୱରମ) ନଦୀ ସଂଯୋଗକରଣ ପ୍ରସ୍ତାବର ଜଳବିଜ୍ଞାନ ଅଧ୍ୟୟନ କରି ଜାତୀୟ ଜଳ ବିକାଶ ସଂସ୍ଥା ଦ୍ୱାରା ଡିପିଆର ପ୍ରସ୍ତୁତ କରାଯାଉଛି । ନଦୀ ସଂଯୋଗୀକରଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ନଦୀ ସଂଯୋଗୀକରଣ ପ୍ରସ୍ତାବରେ ମହାନଦୀରୁ ଋଷିକୂଲ୍ୟା, ବଂଶଧାରା ଓ ନାଗାବଳୀ ନଦୀ ଦେଇ ଗୋଦାବରୀ ପର୍ଯ୍ୟନ୍ତ ସଂଯୋଗ କରିବାର ଯୋଜନା ରହିଛି ।

ସେହିଭଳି ଦ୍ୱିତୀୟ ପ୍ରସ୍ତାବରେ ସୁବର୍ଣ୍ଣରେଖା-ମହାନଦୀ ସଂଯୋଗକରଣ ପାଇଁ ସମ୍ଭାବ୍ୟ ବିବରଣୀ ପ୍ରସ୍ତୁତ କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ବ୍ୟାରେଜ ନିର୍ମାଣ କରି କେନାଲ ସଂଯୋଗୀକରଣ କରିବା ଦ୍ୱାରା ଆମ ରାଜ୍ୟର ବୁଢାବଳଙ୍ଗ, ସାଳନ୍ଦୀ, ବୈତରଣୀ ଓ ବ୍ରାହ୍ମଣୀ ନଦୀ ଦେଇ ମହାନଦୀ ପର୍ଯ୍ୟନ୍ତ ଏହି ସଂଯୋଗୀକରଣକୁ ସମ୍ପ୍ରସାରିତ କରିବାର ଯୋଜନା ଅଛି । ଏଥିପାଇଁ କେନ୍ଦ୍ର ସରକାର କେତେ ଟଙ୍କାର ବ୍ୟୟବରାଦ କରିଥିଲେ ତାହା ରାଜ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ନଥିବା ମନ୍ତ୍ରୀ କହିଛନ୍ତି । ସେହିଭଳି ଏହି ନଦୀ ସଂଯୋଗୀକରଣ ଯୋଜନାରୁ ଓଡିଶା କିଭଳି ସୁଫଳ ପାଇବ ତାହା ଏହି ସଂଯୋଗୀକରଣ ଯୋଜନାମାନଙ୍କର ବିସ୍ତୃତ ବିବରଣୀ ପ୍ରସ୍ତୁତି ସମ୍ପୂର୍ଣ୍ଣ ହେଲାପରେ ନିଶ୍ଚିତ କରାଯାଇ ପାରିବ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.