ବ୍ରୁନେଇ ଏବଂ ସିଙ୍ଗାପୁର ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇ ଏବଂ ସିଙ୍ଗାପୁର ଅଭିମୁଖେ ଗସ୍ତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧିର ଜୈସୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୩ ଏବଂ ୪ରେ ବ୍ରୁନେଇ ଗସ୍ତ କରିବେ।

ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହା ମୋଦିଙ୍କର ବ୍ରୁନେଇକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଏହି ଗସ୍ତ ଭାରତ ଏବଂ ବ୍ରୁନେଇ ମଧ୍ୟରେ ୪୦ ବର୍ଷର କୂଟନୈତିକ ସମ୍ପର୍କର ପୂର୍ତ୍ତି ଅବସରରେ କରାଯାଇଛି।ବ୍ରୁନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ଗସ୍ତ କରିଛନ୍ତି। ଏଠାରେ ସେ ବିଶ୍ୱର ସବୁଠାରୁ ଧନୀ ସୁଲତାନଙ୍କୁ ଭେଟିବେ।

ପରବର୍ତ୍ତୀ ସମୟରେ ସେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ସେହି ଦେଶ ଗସ୍ତ କରିବେ।

Leave A Reply

Your email address will not be published.