କଂଗ୍ରେସରେ ମିଶିଲେ ଭିନେଶ ଓ ବଜରଙ୍ଗ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଅଲମ୍ପିଆନ୍ ରେସଲର ଭିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆ ଶୁକ୍ରବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି।

ବ୍ୟକ୍ତିଗତ କାରଣ ଦର୍ଶାଇ ଭିନେଶ ଫୋଗଟ ଭାରତୀୟ ରେଳବାଇରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଦୁଇ ଖ୍ୟାତନାମା କୁସ୍ତିଯୋଦ୍ଧା ଶୁକ୍ରବାର ଦିନ ୧୦ ରାଜଜୀ ମାର୍ଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ସେପ୍ଟେମ୍ବର ୪ରେ ସେମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ।

ତେବେ ନିକଟରେ ଭିନେଶ ଚାଷୀ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ। ଏହାପରେ ସେ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା।

 

Leave A Reply

Your email address will not be published.