ମମତାଙ୍କ ପରେ ପୁଣି ପଦ୍ମ ଧରିଲେ ବିଜେଡିର ଆଉ ଜଣେ ରାଜ୍ୟସଭା ସାଂସଦ

ଭୁବନେଶ୍ୱର: ପୁଣି ଆଉ ଜଣେ ବିଜେଡ଼ି ରାଜ୍ୟସଭା ସାଂସଦ ବିଜେପି ସହ ହାତ ମିଳାଇଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ତେବେ ଏଇ କିଛି ସମୟ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଜିତଙ୍କୁ ଦଳରୁ ବହିଷ୍କାର କରିଥିଲେ। ଦଳ ବିରୋଧୀ ନୀତି ପାଇଁ ତାଙ୍କୁ ଦଳ ବହିଷ୍କାର କରିଥିବା ବେଳେ ସେ ନିଜେ ତାଙ୍କ ଆଡୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପାତ୍ର ପଠାଇଛନ୍ତି ସୁଜିତ୍। ଆଉ ଏହାର କିଛି ସମୟ ପରେ ସେ ଦିଲ୍ଲୀରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ତେବେ କହିରଖୁଛୁ, ପୂର୍ବରୁ ମଧ୍ୟ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ଓ ଦଳ ଉଭୟରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ଏହା ପରେ ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି।

ସେପଟେ ଆଜି ଦଳର ଆଉ ଜଣେ ରାଜ୍ୟସଭା ସାଂସଦ ଯେ କି ଦଳରୁ ପୂର୍ବରୁ ବହିଷ୍କାର ହୋଇଥିଲେ ସେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଯାହା ରାଜ୍ୟସଭାରେ ବିଜେଡ଼ି ପାଠ କାଠିକର କରିବ। କାରଣ ଏହାସହିତ ବିଜେଡିର ରାଜ୍ୟସଭା ସଂଖ୍ୟା ଗରିଷ୍ଠତା ୭କୁ ଖସିଛି। ଯାହା ଉଭୟ ରାଜ୍ୟ ଓ ରାଜ୍ୟସଭାରେ ବିଜେଡିର ସ୍ଥିତି ଦୋହଲାଇ ଦେଇଛି।

ଅନ୍ୟପଟରେ ରାଜ୍ୟସଭାରେ ବିଜେପି ସହଯୋଗୀ ଏନଡିଏ ଦଳର ଆଧିପତ୍ୟ ବଢ଼ିଛି।

Leave A Reply

Your email address will not be published.