ମୋର ରାଜନୈତିକ କ୍ୟାରିଅରକୁ ବରବାଦ ପାଇଁ ଧମକ ମିଳିଥିଲା: ସୁନୀତି ମୁଣ୍ଡ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ରୁ ନିଲମ୍ବିତ ହେବାର କିଛି ଦିନ ପରେ ମୁହଁ ଖୋଲିଛନ୍ତି ସୁନୀତି ମୁଣ୍ଡ। ସେ ଅଭିଯୋଗ କରି କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ତାଙ୍କୁ ନିର୍ଯ୍ୟାତନା ସହ ଧମକ ଦିଆଯାଇଛି।

୨୦୨୨ ନିର୍ବାଚନରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ପଦ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁନୀତି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଭଣ୍ଡାରିପୋଖରୀର ସୁଧାଂଶୁ ନାୟକ ଦୁଇ ମାସ ପୂର୍ବରୁ ତାଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ।

ଏପରିକି ଟଙ୍କା ନମିଳିଲେ ସେ ମୋର ରାଜନୈତିକ କ୍ୟାରିଅରକୁ ବରବାଦ କରିବା ସଙ୍ଗେ ସଙ୍ଗେ ମୋତେ ବଦନାମ କରିବେ ବୋଲି ଧମକ ମଧ୍ଯ ଦେଇଥିଲେ । ଦୁଇ ମାସ ପୂର୍ବେ ମୁଁ ଏହି ଧମକ ପାଇଥିଲି ଆଉ ଏବେ ମୋତେ ବିଜେପିରୁ ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି।

ଏହାସହ ରାଜନୀତିରେ ମହିଳାମାନେ ମଧ୍ଯ ନିର୍ଯ୍ୟାତନାର ଶିକାର ହେଉଥିବା ସେ କହିଛନ୍ତି।

Leave A Reply

Your email address will not be published.