‘ୱାର-୨’ ରେ ହ୍ରିତିକ ଓ କିଆରାଙ୍କ ଭରପୂର ରୋମାନ୍ସ

ମୁମ୍ବାଇ: ୨୦୨୫ରେ ବଡ଼ ପରଦାକୁ ଆସିବ ‘ୱାର-୨’। ଏହି ବହୁଚର୍ଚ୍ଚିତ ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତିକ ରୋଶନ। ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ସେ ଏଜେଣ୍ଟ କବୀର ଚରିତ୍ରରେ ନିଜର ଆସିବେ। ତେବେ ତାଙ୍କ ସହ ଲିଡ୍ ଲେଡି ଭାବେ ନଜର ଆସିବେ କିଆରା ଆଡଭାନି। ଉଭୟ ଖୁବଶୀଘ୍ର ରୋମାଣ୍ଟିକ ଗୀତ ସୁଟ କରିବେ ବୋଲି ଜଣାପଡିଛି ।

ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର ମଧ୍ୟ ଚମତ୍କାର ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳିବ। ଫିଲ୍ମର ସୁଟିଂ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨୦୨୪ରେ ହ୍ରିତିକ୍ ଏବଂ ଏପ୍ରିଲ୍ ୨୦୨୪ରେ ଜୁନିଅର ଏନଟିଆର ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଥିଲେ। ଅନ୍ୟପଟେ ପ୍ରଥମଥର ପାଇଁ ହ୍ରିତିକ୍ ଓ କିଆରାଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ ପାଇବେ ଦର୍ଶକ।

ଏହି ଆକ୍ସନ-ପ୍ୟାକ୍‌ଡ ଫିଲ୍ମରେ ରୋମାନ୍ସର ତଡକା ଦେବାକୁ ନିର୍ମାତା ଏକ ରୋମାଣ୍ଟିକ୍ ଗୀତର ସୁଟିଂ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଗୀତର ସୁଟିଂ ଇଟାଲୀରେ ହେବ। ଏଥିପାଇଁ ଏହି ଦୁଇ ତାରକା ସେପ୍ଟେମ୍ବର ୧୮ ରେ ସେଠାକୁ ଯାଇ ଗୀତ ସୁଟ କରିବୋ ବୋଲି ଜଣାପଡିଛି। ଏହାପୂର୍ବରୁ, ଇଟାଲୀର ଅମାଲଫି କୋଷ୍ଟର ପୋଷ୍ଟିନୋ ବିଚରେ ଚଳଚ୍ଚିତ୍ର ‘ୱାର’ର ‘ଘୁଙ୍ଗରୁ’ ଗୀତ ସୁଟିଂ କରାଯାଇଥିଲା।

ଏଥର ଫିଲ୍ମର ନିର୍ମାତା ଆଦିତ୍ୟ ଚୋପ୍ରା ଏବଂ ଆୟାନ ମୁଖାର୍ଜୀ ଭେନିସ ଏବଂ ହ୍ରଦ କୋମୋ ନିକଟରେ ଏହି ଗୀତର ସୁଟିଂ କରିବାକୁ ଯାଉଥିବା କୁହାଯାଉଛି। ଏହି ରୋମାଣ୍ଟିକ ଗୀତର ସୁଟିଂ ସେପ୍ଟେମ୍ବର ୧୮ ରୁ ଆରମ୍ଭ ହୋଇ ୧୫ ଦିନ ପର୍ଯ୍ୟନ୍ତ ଚାଲିବ । ଆୟାନ୍ ପ୍ରଥମ ୬ ଦିନ ଗୀତ ସୁଟିଂ କରିବେ। ଏହି ରୋମାଣ୍ଟିକ ଗୀତକୁ ପ୍ରୀତମ ରଚନା କରିଛନ୍ତି । ଏଥି ସହିତ ଅକ୍ଟୋବର ପୂର୍ବରୁ ଏଠାରେ ଅନେକ ଆକ୍ସନ୍ ଦୃଶ୍ୟ ମଧ୍ୟ ସୁଟିଂ କରାଯିବ ଏବଂ ତା’ପରେ ଟିମ ଭାରତକୁ ଫେରିବ।

ଆସନ୍ତା ବର୍ଷ ସୁଦ୍ଧା ଫିଲ୍ମର ସୁଟିଂ ଶେଷ ହେବ । ଏହି ଫିଲ୍ମ ୨୦୨୫ ମସିହା ସ୍ୱାଧୀନତା ଦିବସ ଅବସରରେ ଅର୍ଥାତ୍ ୧୪ ଅଗଷ୍ଟ ୨୦୨୫ରେ ରିଲିଜ ହେବ ଫିଲ୍ମ । ୱାର ୨’ ‘ୱାର’ର ଏକ ସିକ୍ୱେଲ ଅଟେ । ପ୍ରଥମ ‘ୱାର’ ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । କିନ୍ତୁ ‘ୱାର ୨’ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି ।

Leave A Reply

Your email address will not be published.