ଏସଏସବିର ଡିଜି ହେଲେ ଅମ୍ରିତ ମୋହନ ପ୍ରସାଦ

ନୂଆଦିଲ୍ଲୀ: ବରିଷ୍ଠ ଓଡ଼ିଶା-କ୍ୟାଡର ଆଇପିଏସ୍ ଅଧିକାରୀ ଅମ୍ରିତ ମୋହନ ପ୍ରସାଦ ଶନିବାର ଦିନ ସଶସ୍ତ୍ର ସୀମା ବଳ (ଏସଏସବି) ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଦଲଜିତ ସିଂ ଚୌଧୁରୀଙ୍କ ସ୍ଥାନ ନେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ  ନୂଆଦିଲ୍ଲୀର ମୁଖ୍ୟାଳୟରେ ସେ ଏସଏସବିରେ ଅମ୍ରିତ ମୋହନଙ୍କୁ ପାରମ୍ପାରିକ ବ୍ୟାଟନ୍ ହସ୍ତାନ୍ତର କରିଛନ୍ତି।

ଓଡ଼ିଶା କ୍ୟାଡରର ୧୯୮୯-ବ୍ୟାଚର (ଆଇପିଏସ) ଅଧିକାରୀ ପ୍ରସାଦଙ୍କୁ ଏସଏସବିର ମହାନିର୍ଦ୍ଦେଶକ ଭାବରେ ଶୁକ୍ରବାର ଦିନ ନିଯୁକ୍ତ କରାଯାଇଛି। ସେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ସିଆରପିଏଫର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଓଡିଶାରେ ଡିଜି, ଜେଲ ଭାବରେ କାର୍ଯ୍ୟ କରୁଥିଲେ।

ତେବେ ନେପାଳ ଏବଂ ଭୁଟାନ ସହିତ ଏସଏସବି ଦେଶର ସୀମା ସୁରକ୍ଷା କରିଥାଏ।

ଅଗଷ୍ଟ ୨୮ରେ ଏସଏସବି ମୁଖ୍ୟ ଦଲଜିତ ସିଂ ଚୌଧୁରୀଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ)ର ଡିଜି ଭାବରେ ନିଯୁକ୍ତ କରାଯିବା ପରେ ଏହି ପଦବୀ ଖାଲି ପଡିଥିଲା।

Leave A Reply

Your email address will not be published.