ମୁଁ ତୁମର ଦିଦି ହୋଇ ଆସିଛି; ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା

କୋଲକାତା: କୋଲକାତାର ଆର ଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ନ୍ୟାୟ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର।

ଏହାରି ମଧ୍ୟରେ ଆଜି ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ାନାର୍ଜୀ।   ଏପରିକି ସେମାନଙ୍କ ଦାବି ଉପରେ ଦୃଷ୍ଟି ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ତୁମର ‘ଦିଦି’ ଭାବରେ ତୁମକୁ ଭେଟିବାକୁ ଆସିଛି। ମୋ ପଦବୀ ବଡ଼ ନୁହେଁ। ଲୋକଙ୍କ ପଦ ସବୁଠୁ ଉପରେ। ମୁଁ  ଆପଣଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଉଛି ଏବଂ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ଆପଣମାନେ ପୁନଃ କାମକୁ ଫେରିବାକୁ ଅନୁରୋଧ।

ଆହୁରି ମଧ୍ଯ ପ୍ରବଳ ବର୍ଷା ମଧ୍ୟରେ ଡାକ୍ତରମାନେ ରାସ୍ତାରେ ଆନ୍ଦୋଳନ କରୁଥିବାରୁ ସେ ରାତି ସାରା ଅନିଦ୍ରା ଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ସମସ୍ଯା ସମାଧାନ ପାଇଁ ଏହା ମୋର ଶେଷ ପ୍ରୟାସ ବୋଲି ସେ କହିଛନ୍ତି।

Leave A Reply

Your email address will not be published.