ପଦାର୍ଥ ବିଜ୍ଞାନରେ ଦୁଇଜଣଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ ଜେଫ୍ରି ଇ ହିଣ୍ଟନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

କୃତ୍ରିମ ସ୍ନାୟୁ ନେଟୱାର୍କ ସହିତ ମେସିନ୍ ଶିକ୍ଷାକୁ ସକ୍ଷମ କରୁଥିବା ତାଙ୍କର ଆବିଷ୍କାର ଏବଂ ଉଦ୍ଭାବନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି

ଏହାପୂର୍ବରୁ ସୋମବାର ଦିନ ମେଡିସିନ୍ କ୍ଷେତ୍ରରେ ଆମେରିକାର ଭିକ୍ଟର ଆମ୍ବ୍ରୋଜ୍ ଏବଂ ଗ୍ୟାରି ରୁଭ୍କୁନ୍ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ମାଇକ୍ରୋ RNA ଆବିଷ୍କାର ପାଇଁ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.