ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସାରେ ଶତ ମୁଖ ରୁବେନ

ଭୁବନେଶ୍ୱର: ଏକଦା ନବୀନ ପଟ୍ଟନାୟକଙ୍କ ଅନ୍ତର୍ନିହିତ ଗୁଣ ବ୍ୟକ୍ତିତ୍ୱ କୁ ନେଇ ପୁସ୍ତକ ରଚନା କରି ନବୀନ ବାବୁ ଇମେଜ କୁ ଦ୍ଵିଗୁଣିତ କରିଥିବା ରୁବେନ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବ୍ୟକ୍ତିତ୍ୱ ପ୍ରତି ସ୍ଵତନ୍ତ୍ର ଚର୍ଚ୍ଚା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲଗାତାର ୨୦୧୪ ରୁ ଲଗାତାର ନବୀନ ଙ୍କୁ ଟାର୍ଗେଟ କରି ଓଡ଼ିଶାରେ ପରିବର୍ତନର ସ୍ୱର ଶାଣିତ କରିଥିବା ଶ୍ରୀ ପ୍ରଧାନ ଙ୍କ ବ୍ୟକ୍ତିତ୍ୱ ତାଙ୍କ ରଣନୀତି ସର୍ବୋପରି ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କେମେଷ୍ଟ୍ରୀକୁ ମଧ୍ୟ ଅନେକ ଓଡ଼ିଆ ଏବେ ବୁଝିଛନ୍ତି। ସ୍ଵଂୟ ପ୍ରଶଂସାରୁ ବିରତ ରହିବାକୁ ଭଲ ପାଉଥିବା ଶ୍ରୀ ପ୍ରଧାନ ସଠିକ୍ ସମୟରେ ସଠିକ୍ କାମ କରି ଦକ୍ଷ ନେତୃତ୍ୱ ପ୍ରତିପାଦିତ କରିପାରିଛନ୍ତି।ଏହା ରୁବେନ ଙ୍କ ଚର୍ଚ୍ଚରୁ ସ୍ପଷ୍ଟ ହୋଇଛି।

ଜଣେ ପ୍ରସିଦ୍ଧ ସାମ୍ବାଦିକ, ରାଜନୈତିକ ବିଶ୍ଲେଷକ, ସ୍ତମ୍ଭକାର ଓ ଲେଖକ ରୁବେନ ବାନାର୍ଜୀ, ଯିଏ କି ବିଗତ ଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱକୁ ଲୋକମାନଙ୍କ ସମକ୍ଷ ପ୍ରକାଶ କରିଥିଲେ, ସେଇ ବାନାର୍ଜୀ ଆଜି ରାଜନୀତିର ଅନ୍ୟ ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସାରେ ମୁଖର ହୋଇଛନ୍ତି। ରୁବେନ ବାନାର୍ଜୀ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗକୁ ନେତୃତ୍ୱ ଦକ୍ଷତା ଓ ମାନବିକ ଦୃଷ୍ଟିକୋଣ ବିଜେପିକୁ ଏକ ସ୍ବତନ୍ତ୍ର ମାନକ ବା ଲେଭଲ କୁ ନେଇଯାଇଛି।

ନିକଟରେ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ସଫଳତାରେ ଧର୍ମେନ୍ଦ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବାନାର୍ଜୀ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ସଂଗଠନ କୌଶଳ ଓ ରାଜନୈତିକ ଦକ୍ଷତା ଦଳକୁ ମଜବୁତ କରିଛି। ଏହି ଜିତ ଏକ ଦେଖାଏ ଯେ, ସେ ବିଜେପିର ଅନ୍ତର୍ଜାତୀୟ ଭବିଷ୍ୟତ ନେତା ଭାବେ ଆଗକୁ ଯାଇପାରନ୍ତି।

ଏହାସହିତ, ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପିର ଆଗାମୀ ସଭାପତି ହେବାର ଚର୍ଚ୍ଚା ବି ଯାହା ଏବେ ଗୋଟିଏ ଜୋର ଧରିଛି।

Leave A Reply

Your email address will not be published.