ଭୁବନେଶ୍ବର: ଏବେ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି । ଉଭୟ ଖଳ ପ୍ରକୃତିର ଡିଲର ଓ ହିତାଧିକାରୀଙ୍କୁ କରିବ ସାବାଡ୍ । ତେବେ ଖାଉଟି ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅଭିଯୋଗ ଆସିବା ପରେ ଏବେ ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ଅତ୍ୟାଧୁନିକ ଓଜନ ମେସିନ୍ ସହ ପିଓଏସ୍ ମେସିନ୍ ସହ ସଂଯୋଗ କରାଯାଇଛି । ଯାହାକୁ ନେଇ ବିଭିନ୍ନ ସ୍ଥଳରେ ଡିଲର ଏବଂ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ବେଳେ ଏବେ ପ୍ରତ୍ୟୋକ ଡିଲର ପଏଣ୍ଟରେ ସିସିଟିଭି ଲଗାଯିବା ନେଇ ଯୋଜନା ଆରମ୍ଭ କରୁଛି ରାଜ୍ୟ ଖାଦ୍ୟ ଏବଂ ଖାଉଟି କଲ୍ୟାଣ ବିଭାଗ । ଏହି ସିସିଟିଭି କ୍ୟାମେରା ଏବହ ପ୍ରତି ଡିଲର ପଏଣ୍ଟ ଉପରେ ନଜର ରଖିବ ।