୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ନିଜ ଆଡୁ ଚିଠି ଲେଖିଲା ଭାରତ

ନୂଆଦିଲ୍ଲୀ: ଦେଶକୁ କ୍ରୀଡା କ୍ଷେତ୍ରରେ ମହାଶକ୍ତି କରିବା ଦିଗରେ ବଡ ପଦକ୍ଷେପ ନେଇଛି ଭାରତ । ଅକ୍ଟୋବର ୧ରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ଆନୁଷ୍ଠାନିକ ଭାବେ ୨୦୩୬ ମସିହାରେ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଗେମ୍ସ ଆୟୋଜନ କରିବା ପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିକୁ ଏକ ଚିଠି ପଠାଇଛି। ୨୦୩୬ରେ ଅଲିମ୍ପିକ୍ସ ସହ ପାରା ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ଇଚ୍ଛୁକ ଦର୍ଶାଇ ଔପଚାରିକ ଭାବେ ଚିଠି ଲେଖିଛି ବିଭାଗ ।

ରିପୋର୍ଟରେ କୁହାଯାଇଛି ଯେ, ୨୦୩୬ ମସିହାରେ ଭାରତରେ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଗେମ୍ ଆୟୋଜନ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସମଗ୍ର ଦେଶରେ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଯୁବ ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଦେଶ ପାଇଁ ଯଥେଷ୍ଟ ଲାଭ ଆଣିପାରେ। ତେବେ ପ୍ରଧାନମନ୍ତ୍ରୀ ମୋଦି ଅନେକ ସ୍ଥଳରେ ୨୦୩୬ ଅଲିମ୍ପିକ୍ସ ଭାରତରେ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ତେବେ ଭାରତ ସହିତ ଅନ୍ୟ ୧୦ ଟି ଦେଶ ମଧ୍ୟ ଏଥିପାଇର୍ ଅଲିମ୍ପିକ୍ସ ଆସୋସିଏସନକୁ ଚିଠି ଲେଖିଛନ୍ତି । ୨୦୩୬ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବାକୁ ଆଗ୍ରହ ଦେଖାଇଥିବା ଦେଶ ମଧ୍ୟରେ ମେକ୍ସିକୋ (ମେକ୍ସିକୋ ସିଟି, ଗୁଆଡାଲାଜାରା-ମୋଣ୍ଟେରୀ-ଟିଜୁଆନା), ଇଣ୍ଡୋନେସିଆ (ନୁସନ୍ତରା), ତୁର୍କୀ (ଇସ୍ତାନବୁଲ), ଭାରତ (ଅହମ୍ମଦାବାଦ), ପୋଲାଣ୍ଡ (ୱାର୍ସ, କ୍ରାକୋ), ଇଜିପ୍ଟ ( ନୂତନ ପ୍ରଶାସନିକ ଅଞ୍ଚଳ) ଏବଂ ଦକ୍ଷିଣ କୋରିଆ (ସିଓଲ୍-ଇଞ୍ଚନ୍) ପ୍ରମୁକ ସାମିଲ ଅଛନ୍ତି ।

Leave A Reply

Your email address will not be published.