ଏଲିନା କଲେ ଡେଷ୍ଟିନେସନ୍ ୱେଡିଂ, ଟେର୍ ପାଇଲେନି ଫ୍ୟାନ୍ସ

ଭୁବନେଶ୍ୱର: ଅଭିନେତ୍ରୀ ଏଲିନାଙ୍କ ଡେଷ୍ଟିନେସନ ୱେଡିଂ। ବାଜିଲା ଏଲିନାଙ୍କ ସାହାନାଇ। ହେଲେ ଚେର୍ ପାଇଲେନି ଫ୍ୟାନ୍ସ। ଓଡିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ।

ଏଥର ପରଦାରେ ମିଛ ମିଛିକା ନୁହେଁ, ସତରେ ବୋହୂ ସାଜିଛନ୍ତି ଓଲିଉଡ ଅଭିନେତ୍ରୀ ଏଲିନା । ଇଣ୍ଡୋନେସିଆ ବାଲିରେ ହାତକୁ ଦି ହାତ ହୋଇଛନ୍ତି ଏଲିନା। ଏଲିନା ନିଜ ବାହାଘର ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ତେବେ ବଡ଼ ଖବର ହେଉଛି ଏଲିନାଙ୍କ ବିବାହ ଖବର ନା ଫ୍ୟାନ ନା ଓଲିଉଡ କେଉଁଠି ବି ଜଣାନଥିଲା।

କହିବାକୁ ଗଲେ ଗୋପନୀୟତାର ସହ ବିବାହ କରିଛନ୍ତି ଏଲିନା। ବିବାହ ପରେ ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ କରିଛନ୍ତି। ଏହାପରେ ଶୁଭେଛାର ସୁଅ ଛୁଟୁଛି । ୨୦୧୫ରେ ଇସ୍କ ତୁ ହି ତୁ ସିନେମା ମାଧ୍ୟମରେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ ।

Leave A Reply

Your email address will not be published.