ମୁମ୍ବାଇ: ପୁଣି ଦୋହରାଇଲା ଗ୍ୟାସ ଭୋପାଳ ଗ୍ୟାସ୍ ଲିକ୍ ଘଟଣା। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ଭୟଙ୍କର ବିସ୍ଫୋରଣ। କାରଖାନାରେ ପ୍ରଥମେ ବିସ୍ଫୋରଣ ଘଟି ଗ୍ୟାସ୍ ଲିକ୍ ହେବା କାରଣରୁ ଏହି ଅଘଟଣ ଘଟିଛି। ଫଳରେ ଦୁଣ ଜଣ ମହିଳାଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୯ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସାଙ୍ଗଲି କାଡେଗାଁ ତହସିଲର ଶାଲଗାଁ ଏମଆଇଡିସିର ମିଆଁମାର କେମିକାଲ୍ କମ୍ପାନୀରେ ଏହି ଘଟଣା ଘଟିଥିଲା। କାରଖାନାରେ କୌଣସି କାରଣରୁ ପ୍ରଥମେ ବିସ୍ଫୋରଣ ହେବା ପରେ ଗ୍ୟାସ୍ ଲିକ୍ ହେବା କାରଣରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଏକ ସାର କାରଖାନାର ଏକ ରିଆକ୍ଟର ବିସ୍ଫୋରଣ ହୋଇ ରାସାୟନିକ ଧୂଆଁ ଲିକ୍ ହେଲା। ଏି ଗ୍ୟାସ୍ ଲିକ୍ ଯୋଗୁଁ ପ୍ରାୟ ୧୨ ଜଣ ଲୋକ ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ଦୁଇଜଣ ମହିଳା କର୍ମଚାରୀ ଏବଂ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ନଅ ଜଣ ଚିକିତ୍ସିତ ହେଉଛନ୍ତି।
ସାଙ୍ଗଲି ପୋଲିସ୍ ଅଧୀକ୍ଷକ ସନ୍ଦୀପ ଘୁଗ୍ କହିଛନ୍ତି ଯେ ରିଆକ୍ଟରରେ ବିସ୍ଫୋରଣ ପରେ ଆମୋନିୟା ଗ୍ୟାସ୍ ଲିକ୍ ହୋଇଛି ବୋଲି ସନ୍ଦେହ କରାଯାଉଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ୭ ଜଣ ଆହତଙ୍କୁ କରଦସ୍ଥିତ ସାହ୍ୟାହ ସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।