ମହାକାଶରେ ଏମିତି ପିଅନ୍ତି ଜୁସ୍, ଭର୍ଚୁଆଲ୍ ମାଧ୍ୟମରେ ବୁଝାଇଲେ ମହାକାଶଚାରୀ ସୁନିତା

ନୂଆଦିଲ୍ଲୀ: ମହାକାଶଚାରୀମାନେ ମହାକାଶରେ କିପରି ଜୀବନ ବିତାନ୍ତି, ସେ ସମ୍ବନ୍ଧରେ ଲୋକଙ୍କ ମନରେ ଉଠିଥାଏ ଅନେକ ପ୍ରଶ୍ନ। ମହାକାଶଚାରୀଙ୍କ ସମ୍ପର୍କିତ ଭିଡିଓଗୁଡିକ ସ୍ପେସ୍ ଏଜେନ୍ସି ଦ୍ୱାରା ସେୟାର କରାଯାଉଥିବା ଦେଖିବାକୁ ମିଳିଥାଏ। ନିକଟରେ ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏକ ବିଦ୍ୟାଳୟର ଛାତ୍ରମାନଙ୍କ ସହିତ ଭର୍ଚୁଆଲ୍ ମାଧ୍ୟମରେ କଥା ହୋଇଛନ୍ତି। ସେମାନଙ୍କ ପ୍ରଶ୍ନ ଆଧାରରେ ସେ ଛାତ୍ରମାନଙ୍କୁ ମହାକାଶଚାରୀଙ୍କ ଜୀବନଶୈଳୀ ସମ୍ପର୍କରେ ବୁଝାଇଛନ୍ତି।

ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବେ ସୁଦ୍ଧା ମହାକାଶରେ ଅଛନ୍ତି। ଜୁନ ୫ରୁ ଆମେରିକାର ଫ୍ଲୋରିଡା ଉତ୍‌କ୍ଷେପଣ କେନ୍ଦ୍ରରୁ ବୋଇଙ୍ଗ ଷ୍ଟାରଲାଇନ ମହାକାଶଯାନ ଯୋଗେ ମହାକାଶକୁ ଉଡ଼ାଣ ଭରିଥିଲେ ସୁନିତା। ମହାକାଶଯାନରେ ତ୍ରୁଟି ହେତୁ କିଛି ଦିନ ପାଇଁ ମହାକାଶ ଯାଇଥିବା ସୁନିତା, ଏପର୍ଯ୍ୟନ୍ତ ପୃଥିବୀକୁ ଫେରି ପାରିନାହାନ୍ତି। ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଥିବାବେଳେ ବିଭିନ୍ନ କାର୍ଯ୍ୟରେ ଭାଗ ନେଉଛନ୍ତି ସୁନୀତା। ନିକଟରେ ସେ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଏକ ଭର୍ଚୁଆଲ୍ ସେସନର ଆୟୋଜନ କରିଥିଲେ। ମହାକାଶଚାରୀମାନେ ପିଇବା ସମୟରେ ସମ୍ମୁଖୀନ ଚାଲେଞ୍ଜ ବିଷୟରେ ସେ ବୁଝାଇଥିଲେ। ଏହି ଭିଡିଓ ସେଶନରେ ଛାତ୍ରମାନେ ସୁନୀତା ୱିଲିୟମ୍ସଙ୍କ ସହ ସିଧାସଳଖ କଥା ହୋଇଥିଲେ।

Leave A Reply

Your email address will not be published.