ଭାରତରେ ଜବରଦସ୍ତ ଆୟ କଲା ଫିଲ୍ମ ‘ମୁଫାସା ଦ ଲାୟନ କିଂ’: ପ୍ରଥମ ଦିନରେ ୧୦ କୋଟି

ନୂଆଦିଲ୍ଲୀ: ମୁକ୍ତିଲାଭ କଲା ଲୋକପ୍ରିୟ ହଲିଉଡ ସିନେମା ‘ମୁଫାସା ଦ ଲାୟନ କିଂ’। ମୁକ୍ତିଲାଭ କରିବା ମାତ୍ରେ ଭାରତରେ ଜବରଦସ୍ତ ଆୟ କରିଛି। ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ସିନେମାଟି ୧୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଏହାର ହିନ୍ଦୀ ଡବିଂରେ ଭାରତର ବଚ୍ଛା ବଚ୍ଛା ସିନେ ତାରକା ସ୍ୱର ଦେଇଛନ୍ତି। ଶାହରୁଖ ଖାନ, ମହେଶ ବାବୁ ଓ ଶାହରୁଖଙ୍କ ପୁଅ ଅବରାମ ଖାନ ଏଥିରେ କଣ୍ଠଦାନ କରିଛନ୍ତି।

ସିନେମାର ବକ୍ସ ଅଫିସ୍ କଲେକ୍ସନ ଉପରେ ନଜର ରଖୁଥିବା ସାକନିଲ୍‌କର ରିପୋର୍ଟ ଅନୁସାରେ,‘ମୁଫାସା ଦ ଲାୟନ କିଂ’ ଭାରତରେ ରିଲିଜ୍‌ର ପ୍ରଥମ ଦିନରେ ୧୦ କୋଟି ଆୟ କରିଛି। ଭାରତରେ ଏହାର ଇଂରାଜୀ ଭର୍ଜନ ୪ କୋଟି ଆୟ କରିଥିବା ବେଳେ ହିନ୍ଦୀ ଭର୍ଜନ ୩ କୋଟି, ତାମିଲ ୧ କୋଟି ଓ ତେଲଗୁ ୨ କୋଟି ଟଙ୍କା ଆୟ କରିଛି। ହିନ୍ଦୀରେ ଶାହରୁଖ ଖାନ ମୁଫାସା ପାଇଁ ସ୍ୱର ଦେଇଥିବା ବେଳ ତେଲଗୁରେ ମହେଶ ବାବୁ ସ୍ୱର ଦେଇଛନ୍ତି।

ବେରୀ ଜେନକିନ୍ସ ମୁଫାସା ଦ ଲାୟନ କିଂ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ସିମ୍ବାର ବାପା ମୁଫାସାର ସଂଘର୍ଷପୂର୍ଣ୍ଣ କାହାଣୀକୁ ଦର୍ଶା ଯାଇଛି। ଅନ୍ୟପଟେ ପୁଷ୍ପା-୨ ଦି ରୁଲ ସହିତ ତାଳ ଦେଇ ମୁଫାସା ଦ ଲାୟନ କିଁ ଭାରତୀୟ ସିନେମା ହଲ୍‌ରେ ଚାଲୁଛି। ଅଲ୍ଲୁ ଅର୍ଜୁନଙ୍କ ସିନେମା ପୁଷ୍ପା-୨ ଭାରତରେ ୧୦୦୦ କୋଟି ପାର୍ କରି ସାରିଛି। ତଥାପି ସିନେମା ପ୍ରତିଦିନ ରେକର୍ଡ ଭାଙ୍ଗୁଛି।

Leave A Reply

Your email address will not be published.