ମାଗଣାରେ ଦେଖନ୍ତୁ ‘ପାତାଲ୍ ଲୋକ୍ ୨’! ଜାଣନ୍ତୁ ଫୁଲ୍ ଏଚଡିରେ କିପରି କରିବେ ଡାଉନଲୋଡ

ମୁମ୍ବାଇ: ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଓଟିଟିରେ ରିଲିଜ୍ ହେଲା ‘ପାତାଲ୍ ଲୋକ ୨’। ୱେବସିରିଜର ନୂତନ ସିଜିନ୍ ମୁକ୍ତିଲାଭ କରିଛି। ଏହି ସିରିଜ ଓଟିଟି ପ୍ଲାଟଫର୍ମ ଆମାଜୋନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହୋଇଛି। ଏହି ସିଜିନରେ ୮ଟି ଏପିସୋଡ୍ ଅଛି। ପାତାଲ୍ ଲୋକ୍ ୨ ର ଟ୍ରେଲର ରିଲିଜ୍ ହେବା ପରଠାରୁ, ପ୍ରଶଂସକମାନେ ଏହି ସିରିଜ୍ ପାଇଁ ଉତ୍ସାହିତ ଥିଲେ ଏବଂ ଏବେ ସିରିଜ୍ ରିଲିଜ୍ ହେବା ସହିତ ପ୍ରଶଂସକମାନେ ଏହାକୁ ବହୁତ ଭଲ ପାଉଛନ୍ତି। ପାତାଲ୍ ଲୋକ୍ ୨ ଭଲ ପ୍ରିତିକ୍ରିୟା ମଧ୍ୟ ପାଉଛି। ଏହି ସିରିଜରେ ଜୟଦୀପ ଆହଲାୱତ, ଗୁଲ୍ ପନାଗ୍, ଇଶ୍ୱାକ ସିଂହ, ତିଲୋତ୍ତମା ଶୋମଙ୍କ ଭଳି ଷ୍ଟାରମାନଙ୍କୁ ଦେଖିବାକୁ ମିଳିଛି।

ପ୍ରାଇମ୍ ଭିଡିଓସ୍ ପାତାଲ୍ ଲୋକ୍ ୨ ର ସମସ୍ତ ଏପିସୋଡ୍ ଏକାଠି ରିଲିଜ୍ କରିଛି। ଏହି କ୍ରାଇମ୍ ଥ୍ରୀଲର୍ ସିରିଜରେ ପ୍ରଶଂସକମାନେ ସସପେନ୍ସ, ଥ୍ରୀଲ୍, ଆକ୍ସନ୍, ଡ୍ରାମା ଏବଂ ଟ୍ୱିଷ୍ଟର ଏକ ରୋଲର କୋଷ୍ଟର ରାଇଡ୍ ପାଇବେ। ଏହି ୱେବ୍‌ ସିରିଜ୍‌କୁ ଦେଖିବା ପାଇଁ ଆମାଜନ୍‌ ପ୍ରାଇମ୍‌ ଭିଡିଓର ସବସ୍କ୍ରିପସନ୍‌ ନେବାକୁ ପଡିବ। ମାତ୍ର ଯଦି ଆପଣ ସବସ୍କ୍ରିପସନ୍‌ ନେବାକୁ ଚାହୁଁ ନାହାଁନ୍ତି, ତେବେ ଆପଣ ଜିଓର ଏକ ଖାସ୍‌ ରିଚାର୍ଜ ପ୍ଲାନ୍‌ରେ ‘ପାତାଲ ଲୋକ ୨’କୁ ମାଗଣାରେ ଦେଖିବାର ସୁଯୋଗ ପାଇପାରିବେ।

ଜିଓ ନିଜର ୧୦୨୯ ଟଙ୍କାର ଏକ ପ୍ଲାନ୍‌ ସାମ୍ନାକୁ ଆଣିଛି। ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୮୪ ଦିନର ସମୟସୀମା ମିଳିବ। ଏଥିରେ ଅସୀମିତ କଲିଙ୍ଗ ସହ ନିୟମିତ ୧୦୦ ଏସଏମଏସ୍‌ ସୁବିଧା ମିଳିବ। ଏହି ପ୍ଲାନ୍‌ରେ ମୋଟ ୧୬୮ ଜିବି ହାଇ-ସ୍ପିଡ୍‌ ଡାଟା ମିଳିବ । ନିୟମିତ ୨ଜିବି ହାଇ-ସ୍ପିଡ୍‌ ଡାଟା ବ୍ୟବହାର କରି ପାରିବେ। ଏହି ପ୍ଲାନ୍‌ରେ ଆମାଜନ୍‌ ପ୍ରାଇମ୍‌ ଲାଇଟ୍‌ର ୮୪ ଦିନର ସବସ୍କ୍ରିପସନ୍‌ ମଧ୍ୟ ସାମିଲ ରହିଛି। ଏଥିରେ ଆପଣ ‘ପାତାଲ ଲୋକ ୨’କୁ ମାଗଣାରେ ଦେଖିପାରିବେ।

Leave A Reply

Your email address will not be published.