ପଦ୍ମ ପୁରସ୍କାରକୁ ନେଇ ସୋନୁ ନିଗମଙ୍କ ପ୍ରଶ୍ନ; ଏମାନଙ୍କୁ କାହିଁକ ଅଣଦେଖା…

ମୁମ୍ବାଇ: ପଦ୍ମ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକପ୍ରିୟ ଗାୟକ ସୋନୁ ନିଗମ । ସେ କିଶୋର କୁମାର, ଅଲକା ୟାଗ୍ନିକ୍, ଶ୍ରେୟା ଘୋଷାଲ ଏବଂ ସୁନିଧି ଚୌହାନଙ୍କ ଭଳି ଅନେକ ଗାୟକଙ୍କ ନାମ ଉଲ୍ଲେଖ କରିଛନ୍ତି । ଏକ ଭିଡିଓ ଜାରି କରି କହିଛନ୍ତି ଯେ, କିପରି ସେମାନଙ୍କ ପ୍ରତିଭାକୁ ଅଣଦେଖା କରାଯାଇଛି ଏବଂ ସଙ୍ଗୀତ ଜଗତର ଏହି ପ୍ରସିଦ୍ଧ ବ୍ୟକ୍ତିତ୍ବ ମାନଙ୍କୁ ଏପର୍ଯ୍ୟନ୍ତ ଏହି ସମ୍ମାନ ମିଳିନାହିଁ । ପଦ୍ମ ପୁରସ୍କାର ୨୦୨୫ ଘୋଷଣା ହେବାର କିଛି ଘଣ୍ଟା ପରେ ସେ ଏହି ଭିଡିଓ ପୋଷ୍ଟ କରିଛନ୍ତି ।

ସେ କହିଛନ୍ତି ଯେ, ‘ଦୁଇ ଜଣ ଗାୟକ ଅଛନ୍ତି ଯେଉଁମାନେ ସାରା ବିଶ୍ୱର ଗାୟକମାନଙ୍କୁ ପ୍ରେରଣା ଦେଇଛନ୍ତି।’ ହେଲେ ତାଙ୍କୁ କେବଳ ପଦ୍ମଶ୍ରୀ ପର୍ଯ୍ୟନ୍ତ ସୀମିତ ରଖାଯାଇଛି, ସେ ହେଉଛନ୍ତି ମହମ୍ମଦ ରଫି ସାହେବ ଏବଂ ଆଉ ଜଣେ ଅଛନ୍ତି ଯାହାଙ୍କୁ ପଦ୍ମଶ୍ରୀର ଆଶୀର୍ବାଦ ମଧ୍ୟ ଦିଆଯାଇ ନାହିଁ ସେ ହିଉଛନ୍ତି କିଶୋର କୁମାର ଜୀ ।

ସେହିପରି ଅଲକା ୟାଗ୍ନିକ୍ ଜୀ, ଶ୍ରେୟା ଘୋଷାଲ, ସୁନିଧି ଚୌହାନ, ଏମାନେ ତାଙ୍କର ଅନନ୍ୟ କଣ୍ଠସ୍ୱର ସହିତ ଏକ ସମ୍ପୂର୍ଣ୍ଣ ପିଢ଼ିକୁ ପ୍ରେରଣା ଦେଇଛନ୍ତି । ସେମାନେ ମଧ୍ୟ ଏପର୍ଯ୍ୟନ୍ତ କିଛି ପାଇନାହାଁନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ଏଥିରେ ୭ ପଦ୍ମ ବିଭୂଷଣ, ୧୯ ପଦ୍ମ ଭୂଷଣ ଏବଂ ୧୧୩ ପଦ୍ମଶ୍ରୀ ସମେତ ମୋଟ୍ ୧୩୯ ଜଣ ବ୍ୟକ୍ତିବିଶେଷଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ପାଇଁ ଘୋଷଣା ହୋଇଛି । ଗାୟକମାନଙ୍କ ମଧ୍ୟରେ ବିହାରର କୋକିଳ କଣ୍ଠୀ ନାମରେ ପରିଚିତ ଶାରଦା ସିହ୍ନାଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିବାବେଳେ ଅରିଜିତ ସିଂହଙ୍କୁ ପଦ୍ମଶ୍ରୀରେ ସମ୍ମାନିକ କରାଯାଇଛି ।

Leave A Reply

Your email address will not be published.