ଚାଷୀଙ୍କ ପାଇଁ ବଡ ଖବର: ଏହି ଦିନ ଆସିବ ପିଏମ କିଷାନର ୧୯ତମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ବଡ଼ ଖୁସିର ଖବର। ୧୯ତମ କିସ୍ତିର ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ସରକାରଙ୍କ ତରଫରୁ ୧୯ତମ କିସ୍ତି ଟଙ୍କା ପ୍ରଦାନର ତାରିଖ ଧାର୍ଯ୍ୟ କରାଯାଇଛି । ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ୨୪ରେ ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଫେବ୍ରୁଆରୀ ୨୪ରେ ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ଯୋଜନାର ୧୮ତମ କିସ୍ତି ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା। ପିଏମ ମୋଦୀ ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି।ପିଏମ କିଷାନ ଯୋଜନାର ଉଦ୍ଦେଶ୍ୟ ଛୋଟ ଓ ସୀମାନ୍ତ କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବା। ଏହା ଦ୍ଵାରା ଚାଷୀଙ୍କୁ ଦେଶର ଉତ୍ପାଦନ ବଢାଇବା ପାଇଁ ପ୍ରୋତ୍ସାହନ କରିବ। ନିଜର ଜୀବିକା ସୁରକ୍ଷିତ ହୋଇ ପାରିବ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସରକାର ଯୋଗ୍ୟ ଚାଷୀଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ସରକାର ଏହାକୁ ତିନୋଟି କିସ୍ତିରେ ଦିଅନ୍ତି । ଡିବିଟି ଜରିଆରେ ଏହା ରାଶିକୁ ସିଧା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ । ନିକଟରେ ପିଏମ କିଷାନ ପୋର୍ଟଲ ଫର୍ ଫାର୍ମର୍ସ କର୍ଣ୍ଣରର ଏକ ସୁବିଧା ଯୋଡିଥିଲେ । ଏହାପରେ ଏବେ ଲାଭାର୍ଥୀଙ୍କ ନିଜ ମୋବାଇଲରେ ପିଏମ କିଷାନ ମୋବାଇଲ ଆପ୍ ଡାଉନଲୋଡ କରିପାରିବେ ।

ତେବେ ଯେଉଁ ଚାଷୀ ମାନେ ନିଜେ ଚାଷ ଜମିର ମାଲିକ ସେହିମାନେ କେବଳ ଏହି ଯୋଜନା ଲାଭ ଉଠାଇ ପାରିବେ । ଗରିବ ଏବଂ କ୍ଷୁଦ୍ର ଚାଷୀ ଯେଉଁମାନଙ୍କର ବାର୍ଷିକ ଆୟ ୨ ଲକ୍ଷରୁ କମ୍, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ। ଆୟକର ଦେଉଥିବା ଚାଷୀମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ପାରିବାରିକ ଆୟ ଉପରେ ନିର୍ଭରଶୀଳତା – କେବଳ ସେହି ଚାଷୀ ପରିବାର ଯେଉଁମାନେ ନିଜର ଆୟ ପାଇଁ କୃଷି ଉପରେ ନିର୍ଭରଶୀଳ, ସେମାନେ ଏହି ଯୋଜନାର ଲାଭ ପାଇପାରିବେ।

Leave A Reply

Your email address will not be published.