ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ଦୀପିକା, ବଢାଇଲେ ମନୋବଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ର ଅଷ୍ଟମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ।

ଯେଉଁଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ଶେୟାର କରିଛନ୍ତି। ଏଥିସହିତ ସେ ମାନସିକ ସ୍ୱାସ୍ଥ୍ୟ ଏବଂ ପରୀକ୍ଷା ସମୟର ଚାପକୁ କିପରି ପରିଚାଳନା କରିବେ ସେନେଇ ସୂଚନା ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି, “ମୁଁ ପିଲାବେଳେ ବହୁତ ଦୁଷ୍ଟ ଥିଲି। ପାଠ ପଢା ବ୍ୟତୀତ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ପ୍ରତି ଅଧିକ ଆଗ୍ରହୀ ଥିଲି। ତେବେ ପରୀକ୍ଷା ବେଳେ ଚାପ ଅନୁଭବ କରିବା ସ୍ୱାଭାବିକ ଏବଂ ଏହା ଜୀବନର ଏକ ଅଂଶ। ଆମେ ଏହାକୁ କିପରି ପରିଚାଳନା କରିବା ତାହା ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଏବଂ ରେଜଲ୍ଟକୁ ନେଇ ଧେର୍ଯ୍ୟ ରଖିବା ନିହାତି ଜରୁରୀ। ଆମେ କେବଳ ତାହା କରିପାରିବା ଯାହା ଆମ ନିୟନ୍ତ୍ରଣରେ ଅଛି। ଆମେ ଭଲରେ ଶୋଇପାରିବା, ଠିକରେ ପାଣି ପିଇପାରିବା, ବ୍ୟାୟାମ କରିପାରିବା ଏବଂ ମେଡିଟେସନ କରିପାରିବା।”

‘ପରୀକ୍ଷା ପେ ଆଲୋଚନା’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତ୍ରୀ ଦୀପିକା।”

ସେ ଆହୁରି ମଧ୍ଯ କହିଛନ୍ତି, ‘ପରୀକ୍ଷା ସମୟରେ ମୁଁ ମାନସିକ ଚାପ ବହୁତ ଅନୁଭବ କରୁଥିଲି, ବିଶେଷକରି ଗଣିତ ମୋ ପାଇଁ କଷ୍ଟକର ଥିଲା। ଆଉ ମୁଁ ଏବେ ବି ଏହି ବିଷୟକୁ କଷ୍ଟକର ବୋଲି ମନେ କରେ।’

ସେହିପରି କମ୍ପିଟିସନ୍ ଖରାପ ନୁହେଁ, କିନ୍ତୁ ଆପଣ ଆପଣଙ୍କର ଶକ୍ତିକୁ ଚିହ୍ନିବା ସହ ଆପଣଙ୍କର ଦୁର୍ବଳତା ଉପରେ କାମ କରିବା ନିହାତି ଗୁରୁତ୍ବପୂର୍ଣ୍ଣ ବୋଲି ଅଭିନେତ୍ରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.