‘ମହାକୁମ୍ଭ ଫାଲତୁ…କିଛି ଅର୍ଥ ନାହିଁ’- ଦିଲ୍ଲୀ ଦଳାଚକଟାକୁ ସମାଲୋଚନା କରି କହିଲେ ଲାଲୁ

ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟାକୁ ନେଇ ଆଜି ରେଳ ବିଭାଗ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଶନିବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ପାଇଁ ରେଳବାଇକୁ ଦାୟୀ କରି ଆଜି ସମାଲୋଚନା କରିଛନ୍ତି ଲାଲୁ । ଯେଉଁଥିରେ ଏବେ ପର୍ଯ୍ୟନ୍ତ ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।

ଏନେଇ ପୂର୍ବତନ ରେଳମନ୍ତ୍ରୀ ଲାଲୁ କହିଛନ୍ତି, ଘଟଣାଟି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଁ ପୀଡିତଙ୍କ ପ୍ରତି ମୋର ସମବେଦନା ଜଣାଉଛି । ହେଲେ ଏହା ରେଳବାଇର ଏକ ବଡ ଭୁଲ । ଭୁଲ୍ ପରିଚାଳନା ଫଳରେ ଏତେ ଲୋକଙ୍କ ଜୀବନ ଯାଇଛି । ରେଳମନ୍ତ୍ରୀ ଏହାପ୍ରତି ଅଧିକ ଦାୟୀତ୍ୱଶୀଳ ହେବା ଉଚିତ୍ ବୋଲି ନେବା ଉଚିତ ।

ଆହୁରି ମଧ୍ୟ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ଆଗାମୀ ମହାକୁମ୍ଭ ପାଇଁ ଭିଡ଼ ପରିଚାଳନା ସମ୍ପର୍କରେ ତାଙ୍କ ମତାମତ କ’ଣ, ସେତେବେଳେ ସେ କହିଛନ୍ତି, କୁମ୍ଭର କିଛି ଅର୍ଥ ନାହିଁ, କୁମ୍ଭ ଫାଲତୁ (କୁମ୍ଭ କା କହାଁ କୋଇ ମତଲବ ହୈ, ଫାଲତୁ ହୈ କୁମ୍ଭ) । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.