ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଅବସରରେ ବିଦର୍ଭର ବାମହାତୀ ସ୍ପିନର ହର୍ଷ ଦୁବେ ଇତିହାସ ରଚିଛନ୍ତି । କେରଳ ବିପକ୍ଷ ଫାଇନାଲ ମ୍ୟାଚରେ ସେ ୮୮ ରନ ଦେଇ ୩ଟି ୱିକେଟ ନେଇଛନ୍ତି । ଏଥିସହ ସେ ରଣଜୀ ଟ୍ରଫିରେ ଗୋଟିଏ ସିଜନରେ ସର୍ବାଧିକ ୱିକେଟ ହାସଲ କରିବା ବୋଲର ହୋଇଛନ୍ତି । ହର୍ଷ ୬୯ ୱିକେଟ ନେଇ ଆଶୁତୋଷ ଅମନ ଓ ଜୟଦେବ ଉନାଡକଟଙ୍କୁ ପଛରେ ପକାଇ ଦେଇଛନ୍ତି ।
ଆଶୁତୋଷ ୨୦୧୮ରେ ୬୮ ଓ ଜୟଦେବ ୨୦୧୯ରେ ୬୭ ୱିକେଟ ହାସଲ କରିଥିଲେ । ୨୦୨୪ ସିଜନରେ ଦୁବେଙ୍କ ପ୍ରଦର୍ଶନ ବଳରେ ବିଦର୍ଭ ଫାଇନାଲରେ ପ୍ରବେଶ କରିଛି । ସେ ଏହି ସଂସ୍କରଣରେ ୭ ଥର ୫ ୱିକେଟ ସଫଳତା ହାସଲ କରିଛନ୍ତି ।