ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ସାଜିଥିବା ବେଳେ ଦଳର ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ଟିମ୍। ତଥାପି ନିଜ ହାରକୁ ମାନିପାରୁନି ପାକିସ୍ତାନ। ଆଉ ଭାରତ ଉପରେ ବିଷ ଉଗାରିବାରେ ଲାଗିଛନ୍ତି।
ଏପରିକି ସେମାନେ ଭାରତୀୟ ଦଳ ଏବଂ ବିସିସିଆଇକୁ ଲଗାତାର ଟାର୍ଗେଟ କରୁଛନ୍ତି। ପ୍ରଥମେ କିମ୍ବଦନ୍ତୀ ସ୍ପିନର ସକଲେନ ମୁସ୍ତାକ ଭାରତୀୟ ଦଳକୁ ଚ୍ୟାଲେଞ୍ଜ କରିଥିଲେ। ଆଉ ଏବେ ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜମାମ ଉଲ ହକ୍ ଆଇପିଏଲକୁ ଟାର୍ଗେଟ କରିଛନ୍ତି। ସେ ସାରା ବିଶ୍ୱରେ ବୋର୍ଡ ଏବଂ ଖେଳାଳିମାନଙ୍କୁ ଅପିଲ୍ କରି କହିଛନ୍ତି ଯେ ଇଣ୍ଡିଆନ୍ ଲିଗକୁ ଏକାଠି ମିଶି ବୟକଟ୍ କରାଯିବା ଉଚିତ।
ତେବେ ଭାରତ ସରକାରଙ୍କ ଠାରୁ ଅନୁମତି ନମିଳିବାରୁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା। ଯାହା ପରେ ଭାରତୀୟ ଦଳର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯାଉଛି। କେବଳ ଟିମ୍ ଇଣ୍ଡିଆ ହିଁ ଦୁବାଇ ଗ୍ରାଉଣ୍ଡରେ ଏହାର ସମସ୍ତ ମ୍ୟାଚ୍ ଖେଳୁଛି। ଏପରିକି ସେଠାରେ ଅଭ୍ୟାସ କରିବା ସହ ହୋଟେଲରେ ମଧ୍ଯ ରହୁଛନ୍ତି। ଯେତେବେଳେ କି ବାକି ଦଳଗୁଡ଼ିକୁ ଏକାଧିକ ବାର ଭେନ୍ୟୁ ବଦଳାଇବାକୁ ପଡୁଛି।