‘ସର୍ଦ୍ଦାର ୨’ର ସେଟରେ ଆହତ ହେଲେ କାର୍ତ୍ତି, ଅଟକିଲା ସୁଟିଂ

ଚେନ୍ନାଇ: ସାଉଥ ଅଭିନେତା କାର୍ତ୍ତି ତାଙ୍କ ଆଗାମୀ ଫିଲ୍ମ ‘ସର୍ଦ୍ଦାର ୨’ ସେଟରେ ଆହତ ହୋଇଛନ୍ତି। ଅଭିନେତାଙ୍କ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି।

‘ସର୍ଦ୍ଦାର ୨’ର ଟିମ୍ ମୈସୁରରେ କିଛି ଖାସ୍ ଦୃଶ୍ୟର ସୁଟିଂ କରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ କାର୍ତ୍ତିଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପରେ ଡାକ୍ତର ତାଙ୍କୁ ପ୍ରାୟ ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ଜଣାପଡିଛି। ଏହାପରେ ‘ସର୍ଦ୍ଦାର ୨’ର ନିର୍ମାତାମାନେ ସୁଟିଂ ବନ୍ଦ କରି ଚେନ୍ନାଇ ଫେରିଆସିଛନ୍ତି। ତେବେ ଅଭିନେତା ସୁସ୍ଥ ହେବା ପରେ ପୁଣିଥରେ ସୁଟିଂ ଆରମ୍ଭ ହେବ।

ପିଏସ ମିଥ୍ରାନଙ୍କ ନିର୍ଦ୍ଦେଶିତ ‘ସର୍ଦ୍ଦାର ୨’ରେ କାର୍ତ୍ତି ଡବଲ୍ ରୋଲରେ ନଜର ଆସିବେ। ରିପୋର୍ଟ ଅନୁଯାୟୀ ଫିଲ୍ମର କାହାଣୀ ଦୁଇଟି ଭିନ୍ନ ସମୟ ଉପରେ ଆଧାରିତ। ଏହାର ସିକ୍ୱେଲରେ ଏସଜେ ସୂର୍ଯ୍ୟା, ମାଲବିକା ମୋହନନ ଏବଂ ଆସିକା ରଙ୍ଗନାଥ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ପ୍ରିନ୍ସ ପିକଚର୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଯୁବାନ ଶଙ୍କର ରାଜା ସଙ୍ଗୀତ ରଚନା କରିଛନ୍ତି। ସିନେମାଟୋଗ୍ରାଫର ଜର୍ଜ ସି ୱିଲିୟମ୍ସ, ଏଡିଟର ବିଜୟ ଭେଲୁକୁଟ୍ଟି ଏବଂ ଷ୍ଟଣ୍ଟ କୋରିଓଗ୍ରାଫର ଦିଲୀପ ସୁବାରାୟନ ଟେକ୍ନିକାଲ୍ ଟିମରେ ରହିଛନ୍ତି।

Leave A Reply

Your email address will not be published.