ବଞ୍ଚିତ ସୁଭଦ୍ରା ହିତାଧିକାରୀ ଚିହ୍ନଟ ପାଇଁ ଗାଁ ବୁଲିବେ ସରକାର

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀ ଯେପରି ସୁଭଦ୍ରା ଯୋଜନରୁ ବଞ୍ଚିତ ନେହେବେ ସେନେଇ ହିତାଧିକାରୀଙ୍କୁ ଖୋଜିବାକୁ କରାଯିବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

ସେହିପରି ଫିଲଡ଼ ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକସଙ୍ଗେ ୩ଟି କିସ୍ତି ମିଳିବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ତାରିଖ । ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ, ଏକାଥରେ ସେମାନେ ସୁଭଦ୍ରାର ତିନୋଟି କିସ୍ତି ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.