ଭୁବନେଶ୍ଵର: ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । ‘ଆଇ ଲଭ ୟୁ’ ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବ ଓ ଜାଗୃତି ହାତକୁ ଦି ହାତ ହେବା ନେଇ ଏବେ ସବୁଠି ଆଲୋଚନା ।
ତେବେ ଗଣମାଧ୍ୟମକୁ ଦେଇ ଥିବା ଏକ ସାକ୍ଷାତକାରକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସାକ୍ଷାତକାରରେ ବିବାହ କଥାକୁ ଅସ୍ୱୀକାର କରି ନାହାନ୍ତି ଜାଗୃତି ଶୁକ୍ଲା । ତାଙ୍କ କଥାରୁ ଅନୁଭବଙ୍କୁ ଜାଗୃତି ବିବାହ କରିବେ ବୋଲି ଫ୍ୟାନ୍ସ ମାନେ ଚର୍ଚ୍ଚା କରୁଛନ୍ତି । ଯଦିଓ ଏହି କଥାକୁ ସ୍ପଷ୍ଟ କରି ନାହାନ୍ତି ଉଭୟ ଜାଗୃତି ଓ ଅନୁଭବ କିନ୍ତୁ ସୁପରଷ୍ଟାରଙ୍କ ବିବାହ ଖବର ଶୁଣି ଖୁବ୍ ଖୁସି ପ୍ରଶଂସକ । ଶୁଣିବାକୁ ମିଳୁଛି ଯେ, ଆଜି କୁଆଡେ ଦୁଇ ଜଣଙ୍କ ନିର୍ବନ୍ଧ ହେବ ଏବଂ ଆସନ୍ତା ୧୧ ତାରିଖରେ ଦୁହେଁ ବିବାହ କରିବେ ।
କହିରଖୁଛୁ ଯେ, ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ପରେ ଅନୁଭବଙ୍କ ପଦକ୍ଷେପକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ଆଉ ଏହାରି ଭିତରେ ଅନୁଭବ ଜାଗୃତିଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍ ମାମଲାକୁ ଆହୁରି ରୋଚକ କରୁଛି ।