ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଏବେ ଯୋଜନା ନାହିଁ: କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ।

ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଦ୍ୱାରା ପରିଚାଳିତ ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ ପାଖରେ ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେହିପରି ମନ୍ତ୍ରୀ କଟକ ଜିଲ୍ଲାରେ ଉପଲବ୍ଧ ଥିବା କ୍ରୀଡ଼ା ଭିତ୍ତିଭୂମି ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ୍ ୬ଟି ଇଣ୍ଡୋର ଷ୍ଟାଡିୟମ, ୧୩ଟି ବ୍ଲକସ୍ତରୀୟ ମିନି ଷ୍ଟାଡିୟମ ଏବଂ ୧୧ଟି ସହରାଞ୍ଚଳ ମିନି ଷ୍ଟାଡିୟମ ରହିଛି। ଏହା ବ୍ୟତୀତ ଜିଲ୍ଲାରେ ହକି ଟ୍ରେନିଂ ସେଣ୍ଟର ଏବଂ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟକ୍ଷମ ରହିଛି।

Leave A Reply

Your email address will not be published.