ଦୁବାଇ: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି କହିଲେ ଭୁଲ ହେବନି । ତେବେ ଆଇସିସିର ଫାଇନାଲରେ ଭାରତର ଏହି ଦୁଇ ତାରକା ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ କିପରି ରହିଛି ଆସନ୍ତୁ ନଜର ପକାଇବା.. । ଚଳିତ ଚାମ୍ପିୟନ୍ସ ଟ୍ରଫିରେ କୋହଲି ଗୋଟିଏ ଶତକ ଓ ଅର୍ଦ୍ଧଶତକ ମାରି ଭଲ ଫର୍ମରେ ରହିଛନ୍ତି । ତାଙ୍କଠାରୁ ପ୍ରଶଂସକମାନେ ଫାଇନାଲରେ ଆଉ ଏକ ବଡ ସ୍କୋର ଆଶା କରୁଛନ୍ତି ।