ଅମୃତସରର ମନ୍ଦିରରେ ଗ୍ରେନେଡ୍ ମାଡ଼

ଅମୃତସର: ପଞ୍ଜାବ ଅମୃତସର ଖଣ୍ଡୱାଲା ଅଞ୍ଚଳରେ ଥିବା ଠାକୁରଦ୍ୱାର ମନ୍ଦିର ଉପରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଦୁଇଜଣ ଯୁବକ ଏକ ବାଇକରେ ମନ୍ଦିର ଆଡ଼କୁ ଆସୁଥିବାର ଦେଖାଯାଉଛି। ତାଙ୍କ ହାତରେ ଏକ ପତାକା ମଧ୍ୟ ଦେଖାଯାଉଛି। ସେମାନେ ମନ୍ଦିର ବାହାରେ କିଛି ସେକେଣ୍ଡ ଠିଆ ହେବା ପରେ ଜଣେ ଯୁବକ ମନ୍ଦିର ଆଡ଼କୁ ଏକ ଗ୍ରେନେଡ୍ ଫିଙ୍ଗିବା ସହ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ସେମାନେ ସେଠାରୁ ଯିବା ମାତ୍ରେ ମନ୍ଦିର ପରିସରରେ ଏକ ବିରାଟ ବିସ୍ଫୋରଣ ଘଟିଥିଲା।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଥିଲା।

ସୂଚନା ଅନୁଯାୟୀ, ଏହି ଘଟଣା ଗତକାଲି ରାତି ପ୍ରାୟ ୧୨:୩୫ ସମୟରେ ଘଟିଥିବା କୁହାଯାଉଛି। ବିସ୍ଫୋରଣ ପରେ ମନ୍ଦିର ଆଖପାଖରେ ରହୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ସେହି ସମୟରେ ମନ୍ଦିରର ପୂଜାରୀ ଭିତରେ ଶୋଇଥିଲେ ମଧ୍ଯ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଥିଲେ। ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

Leave A Reply

Your email address will not be published.