ଚଣ୍ଡିଗଡ: ପଞ୍ଜାବୀ ସଂଗୀତ ଦୁନିଆର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦୁନିଆ ଛାଡିବାର ଦୁଇ ବର୍ଷରୁ ଅଧିକ ସମୟ ବିତିଲାଣି। ଆଜିବି ସେ ତାଙ୍କ ପ୍ରଶଂସକମାନଙ୍କ ମନରେ ଜିବୀତ ରହିଛନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ସାନ ଭାଇ ଶୁଭଦୀପ ସିଂହଙ୍କ ହୋଲି ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ତାଙ୍କୁ ‘ନନ୍ହା ସିଦ୍ଧୁ’ ବୋଲି ପ୍ରଶଂସକ ମାନେ କହୁଛନ୍ତି।
ତେବେ ସିଦ୍ଧୁ ମୁସେୱାଲାଙ୍କୁ ୨୯ ମେ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ନିଜର ଏକ ମାତ୍ର ପୁତ୍ରକୁ ହରାଇବା ପରେ ବାପା ବଳକୌର ସିଂହ ଏବଂ ମା ଚରଣ କୌରଙ୍କୁ ଗଭୀର ଆଘାତ ଲାଗିଥିଲା। ଆଗାମୀ ଭବିଷ୍ଯତକୁ ନଜରରେ ରଖି ପରବର୍ତ୍ତୀ ସମୟରେ ସେମାନେ ଆଇଭିଏଫ୍ ମାଧ୍ୟମରେ ୧୭ ମାର୍ଚ୍ଚ ୨୦୨୪ରେ ଶୁଭଦୀପଙ୍କୁ ଜନ୍ମ ଦେଇଥିଲେ।