ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ସୁଭଦ୍ରା ୨ୟ ପର୍ଯ୍ୟାୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା । ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ସୁଭଦ୍ରା ୨ୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ୧ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଛନ୍ତି, ମାତ୍ର ଆୟ ବୃଦ୍ଧି ଦର୍ଶାଇ ରାସନ କାର୍ଡ ଫେରାଇଛନ୍ତି । କିଏ ଗାଡ଼ି କିଣିଛନ୍ତି ତ କିଏ ୫ ଏକର ଜମି ନ ଥାଇ ଅଧିକ ଧାନ ମଣ୍ଡିରେ ଦେଇଛନ୍ତି । ଏନେଇ ମାର୍ଚ୍ଚ ୩୧ ପରେ ୱାନ୍ ଟୁ ୱାନ୍ ସର୍ଭେ କରାଯିବ । ତେବେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ବିତୀୟ କିସ୍ତି ପାଇବେ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯେଉଁମାନଙ୍କୁ ୨୧ ହେଉଥିବ ସେମାନେ ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ମିଳିସାରିଛି । ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନଥିଲେ, ଆଉ ପରେ ଆବେଦନ କରିଥିଲେ, କିମ୍ବା ଯୋଗ୍ୟ ହୋଇ ମଧ୍ୟ ବଡ ପଡ଼ିଥିଲେ, ସେମାନଙ୍କୁ ଏକାଥରକେ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଦେଇଛନ୍ତି ରାଜ୍ୟ ସରକାର । ସେହିପରି ଆଗକୁ ଯେଉଁ ଯୋଗ୍ୟ ହିତାଧୀକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି, ସର୍ଭେ ପରେ ସେମାନେ ଏକାଥରେ ରାକ୍ଷୀପୂର୍ଣ୍ଣିମା ମିଳିବାକୁ ଥିବା ତୃତୀୟ କିସ୍ତିରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର।