ଆନିମଲ୍ ସିନ ରିକ୍ରିଏଟ୍ କଲେ ଏମଏସ୍ ଧୋନୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଧୋନିଙ୍କ ନୂଆ ବିଜ୍ଞାପନ ସୋସିଆଲ ମିଡିଆରେ ଧମାଲ କରୁଛି।

ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ବିଜ୍ଞାପନରେ ଧୋନିଙ୍କୁ ଲମ୍ବା କେଶ ସହ ବଲିଉଡ ଫିଲ୍ମ ‘ଆନିମଲ’ର ଏକ ସିନ୍ ରିକ୍ରିଏଟ୍ କରୁଥିବା ଦେଖିବାକୁ ମିଳୁଛି। ଠିକ୍ ଯେପରି ବଲିଉଡ୍ ଅଭିନେତା ରଣବୀର କପୁର ‘ଆନିମଲ୍’ ଫିଲ୍ମରେ ଲମ୍ବା କେଶ ରଖିଥିଲେ।

ତାଙ୍କର ଏହି ଲୁକ୍ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଥିବା ବେଳେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ଏହି ବିଜ୍ଞାପନ।

ତେବେ ଆଗାମୀ ଦିନରେ ଆଇପିଏଲ୍ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ଏମଏସ ଧୋନି ପ୍ରତିଦିନ ୨-୩ ଘଣ୍ଟା ବ୍ୟାଟିଂ କରୁଛନ୍ତି। ଧୋନି ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଟି-୨୦ ଲିଗ୍ ପାଇଁ ସର୍ବୋତ୍ତମ ସ୍ଥିତିରେ ରହିବା ପାଇଁ ତାଙ୍କ ଫିଟନେସ୍ ଉପରେ ମଧ୍ୟ କଠିନ ପରିଶ୍ରମ କରୁଥିବା କହିଛନ୍ତି ଭାରତୀୟ ସ୍ପିନର ହରଭଜନ ସିଂହ।

Leave A Reply

Your email address will not be published.