ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାର ଦୁର୍ଘଟଣାଗ୍ରସ୍ତ!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର ଟୟୋଟା ଭେଲଫାୟାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ତେବେ କାର ଭିତରେ କିଏ ଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। କିନ୍ତୁ କାର ଦୁର୍ଘଟଣା ବେଳର ଭିଡିଓ ସାମ୍ନାକୁ ଆସିଛି। ଅପରପକ୍ଷରେ ଐଶ୍ୱର୍ଯ୍ୟା କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଦିଆଯାଇ ନାହିଁ।

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ପାପାରାଜି ‘ବରିନ୍ଦର ଚାୱଲା’ଙ୍କ ଇନଷ୍ଟାଗ୍ରାମରୁ ସେୟାର କରାଯାଇଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଉଛି ଯେ ଏକ ବସ୍ ଗୋଟିଏ କାରକୁ ଧକ୍କା ଦେଇଛି। ଏହି କାରଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ବୋଲି ଦାବି କରାଯାଉଛି। କାରକୁ ଧକ୍କା ଦେଇଥିବା ବସଟି ଏମଏସଆରଟିସିର ବୋଲି କୁହାଯାଉଛି। ଧକ୍କା ହେବା ପରେ କାରଟି ସେଠାରୁ ପଳାଇଯାଇଥିଲା।

Leave A Reply

Your email address will not be published.