କାନାଡ଼ାରେ ଭାରତୀୟଙ୍କୁ ଛୁରି ଭୁସି ହତ୍ୟା

ଓଟାଓ୍ବା: କାନାଡାର ରକଲ୍ୟାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା  କରାଯାଇଛି। ଜଣେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ଭାରତୀୟ ଦୂତାବାସ ଦୁଃଖ ପ୍ରକାଶ କରିଛି ଓ ପୀଡିତାଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶୃତି ଦେଇଛି।

କାନାଡାର ଭାରତୀୟ ଦୂତାବାସ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଓଟାଓ୍ବା ନିକଟ ରକଲ୍ୟାଣ୍ଡରେ ଜଣେ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଆମେ ସ୍ଥାନୀୟ ସମ୍ପ୍ରଦାୟ ସଂଘ ମାଧ୍ୟମରେ ଶୋକସନ୍ତପ୍ତ ପରିବାର ସହିତ ଯୋଗାଯୋଗରେ ଅଛୁ ।

ସୂଚନାନୁସାରେ, ଅଣ୍ଟାରିଓ ପ୍ରୋଭିନ୍ସିଆଲ ପୋଲିସ (OPP) କହିଛି ଯେ ଗୁଳିକାଣ୍ଡଟି ରାତି ପ୍ରାୟ ୩ଟା ସମୟରେ ରକଲ୍ୟାଣ୍ଡର ଲାଲୋଣ୍ଡେ ଷ୍ଟ୍ରିଟ ନିକଟରେ ଘଟିଥିଲା। ଏହି ସ୍ଥାନଟି ଓଟାୱା ସହରରୁ ପ୍ରାୟ ୪୦କିଲୋମିଟର ପୂର୍ବରେ ଅବସ୍ଥିତ।

Leave A Reply

Your email address will not be published.