ବୁକମାଇ ଶୋ’ରୁ ଆଉଟ୍ କୁନାଲ କାମରା!

ମୁମ୍ବାଇ: ଲୋକପ୍ରିୟ ଟିକେଟ୍ ବୁକିଂ ପ୍ଲାଟଫର୍ମ ବୁକମାଇ ଶୋ ତାର ବିକ୍ରୟ ଏବଂ କଳାକାର ଲିଷ୍ଟରୁ ଷ୍ଟାଣ୍ଡ-ଅପ୍ କମେଡିଆନ କୁନାଲ କାମରାଙ୍କ ନାମ ହଟାଇ ଦେଇଛି। ଏନେଇ ଶିବସେନା (ସିନ୍ଦେ ଗୋଷ୍ଠୀ)ର ସୋସିଆଲ ମିଡିଆ ପ୍ରଭାରୀ ରାହୁଲ କନାଲ ଦାବି କରିଛନ୍ତି।

ଏପରିକି ସେ ଏହି ନିଷ୍ପତ୍ତି ପାଇଁ ବୁକମାଇ ଶୋ’ର ସିଇଓ ଆଶିଷ ହେମରାଜନୀଙ୍କୁ ଧନ୍ୟବାଦ ମଧ୍ଯ ଜଣାଇଛନ୍ତି। ରାହୁଲ ଏକ ଚିଠିରେ ଲେଖିଛନ୍ତି, “ଏପରି ଜଣେ କଳାକାରଙ୍କୁ ପ୍ଲାଟଫର୍ମରୁ ହଟାଇବା ଏବଂ ସର୍ଚ୍ଚ ହିଷ୍ଟ୍ରିରୁ ତାଙ୍କ ନାମ ମଧ୍ୟ ଡିଲିଟ୍ କରିବା ଆପଣଙ୍କ ଦ୍ୱାରା ଏକ ବଡ଼ ପଦକ୍ଷେପ। ସେ ପୂର୍ବରୁ ମଧ୍ଯ ବୁକମାଇ ଶୋ’କୁ ଏକ ଚିଠି ଲେଖି କୁନାଲ କାମରାଙ୍କ ଶୋ’ର ଟିକେଟ୍ ବିକ୍ରି ଉପରେ ରୋକ ​​ଲଗାଇବାକୁ ଦାବି କରିଥିଲେ। “ଯେକୌଣସି ପ୍ଲାଟଫର୍ମର ନୈତିକ ଦାୟିତ୍ୱ ହେଉଛି ସେହି କଳାକାର, ଶୋ’ କିମ୍ବା କାର୍ଯ୍ୟକ୍ରମଗୁଡ଼ିକରୁ ଦୂରେଇ ରହିବା ଯେଉଁଥିରେ କିଛି ସନ୍ଦିଗ୍ଧ ମିଳେ କିମ୍ବା ଯାହା ଦେଶର ଆଇନ ବିରୁଦ୍ଧରେ।

ତେବେ ଏନେଇ ବୁକମାଇ ଶୋ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ଉଲ୍ଲେଖଯୋଗ୍ୟ, କୁନାଲ କାମରା ଏକ ଗୀତ ମାଧ୍ୟମରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କଟାକ୍ଷ କରିଥିଲେ। ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ଓ ଶିବ ସେନାର ସମର୍ଥକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ସେ ଯେଉଁ କ୍ଲବରେ ଶୋ କରୁଥିଲେ ସେଠାରେ ଭଙ୍ଗାରୁଜା ମଧ୍ୟ କରିଥିଲେ।

Leave A Reply

Your email address will not be published.