ବଦ୍ରିନାଥ -କେଦାରନାଥ ଧାମରେ ପୂଜା ପାଇଁ ଅନଲାଇନ୍ ବୁକିଂ ଆରମ୍ଭ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ୩୦ଏପ୍ରିଲରୁ ଆରମ୍ଭ ହେବ। ଏହି ବର୍ଷ ବଦ୍ରିନାଥ ଧାମ ମନ୍ଦିର ୪ ମେ’ରେ ଏବଂ କେଦାରନାଥ ଧାମ ମନ୍ଦିର ୨ମେ’ରେ ଖୋଲିବ। ତେବେ ଏହି ଦୁଇ ଧାମରେ ସ୍ୱତନ୍ତ୍ର ପୂଜା ଏବଂ ଅଭିଷେକ ପାଇଁ ଆଗୁଆ ବୁକିଂ ୧୦ ଏପ୍ରିଲରୁ ଆରମ୍ଭ ହୋଇଛି। ମନ୍ଦିର କମିଟିର ଅଫିସିଆଲ୍ ୱେବସାଇଟ୍ WWW.badrinath-kedarnath.gov.in ରେ ପୂଜାର ଅନଲାଇନ୍ ବୁକିଂ କରାଯାଉଛି।

ତୀର୍ଥଯାତ୍ରୀମାନେ ଜୁନ୍ ୩୦ ପର୍ଯ୍ୟନ୍ତ ମନ୍ଦିର କମିଟି ୱେବସାଇଟ୍ ରୁ ଶ୍ରୀ ବଦ୍ରିନାଥ ଏବଂ ଶ୍ରୀ କେଦାରନାଥ ଧାମରେ ​​ଅନୁଷ୍ଠିତ ହେବାକୁ ଥିବା ସକାଳ ଓ ସନ୍ଧ୍ୟା ପୂଜା , ବିଶେଷ ପୂଜା ପାଇଁ ବୁକ୍ କରିପାରିବେ। ପୂଜା ପାଇଁ କୌଣସି ଶୁଳ୍କ ବୃଦ୍ଧି କରାଯାଇ ନାହିଁ ।

ଶ୍ରୀ ବଦ୍ରିନାଥ ଧାମ ପୂଜାରେ ଅଭିଷେକ, ମହାଭିଷେକ ପୂଜା, ବେଦପାଠ, ଗୀତା ପାଠ, ବିଷ୍ଣୁ ସହସ୍ରନାମା ପୂଜା, ରୂପା ଆରତୀ, ସୁବର୍ଣ୍ଣ ଆରତୀ, ଗୀତା ଗୋବିନ୍ଦ ପାଠ, ଶୟନ ଆରତୀ ଅନ୍ତର୍ଭୁକ୍ତ। ସେହିଭଳି ଭଗବାନ କେଦାରନାଥଙ୍କ ପୂଜାରେ ରୁଦ୍ରାଭିଷେକ ପୂଜା,ଲଘୁ ରୁଦ୍ରାଭିଷେକ, ମହାମୃତ୍ୟୁଞ୍ଜୟ ପାଠ, ଷୋଡଶଉପଚାର ପୂଜା, ସନ୍ଧ୍ୟା ଆରତୀ ଇତ୍ୟାଦି ଅନ୍ତର୍ଭୁକ୍ତ।

ବଦ୍ରିନାଥ ଏବଂ କେଦାରନାଥ ଧାମର ଅନଲାଇନ୍ ପୂଜା ପାଇଁ ସ୍ଥିର ଦର ମନ୍ଦିର କମିଟିର ୱେବସାଇଟରେ ଦେଖିପାରିବେ।

କେଦାରନାଥ ଧାମରେ ​​ସକାଳ ପୂଜାରେ କେବଳ ଷୋଡ଼ଶୋପଚାର ପୂଜା ୫ ଜଣଙ୍କ ପାଇଁ ୫୫୦୦ ଟଙ୍କାରେ ଉପଲବ୍ଧ। ଯେଉଁଥିରେ ଆଉ ଦୁଇ ଜଣଙ୍କୁ ମଧ୍ୟ ସାମିଲ କରାଯାଇପାରିବ। କେଦାରନାଥ ଧାମରେ ​​ବର୍ତ୍ତମାନ ଅନ୍ୟାନ୍ୟ ପୂଜା ପାଇଁ ଆଗୁଆ ବୁକିଂ ଖୋଲାଯାଇ ନାହିଁ। କେଦାରନାଥ ଧାମରେ ​​ସନ୍ଧ୍ୟାର ସମସ୍ତ ଆରତୀ ଏବଂ ପୂଜାପାଠର ପାଇଁ ଅଗ୍ରିମ ବୁକିଂ ମଧ୍ୟ ଖୋଲାଯାଇ ନାହିଁ।

Leave A Reply

Your email address will not be published.