ଦିଲ୍ଲୀର ଲାଲକିଲ୍ଲା ଏବଂ ଜାମା ମସଜିଦକୁ ବୋମା ମାଡ଼ ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ଏବଂ ଜାମା ମସଜିଦକୁ ବୋମା ମାଡ଼ ଧମକ ମିଳିଛି।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଯେତେବେଳେ କଲ୍ ଯାଞ୍ଚ କରାଯାଇଥିଲା, ସେତେବେଳେ ଏହା ଏକ ମିଥ୍ୟା କଲ୍ ବୋଲି ଜଣାପଡିଥିଲା। ତେବେ ଏହି କଲ୍ ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଯାହା ପରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା।

ଦିଲ୍ଲୀ ପୋଲିସର ବିବୃତ୍ତି ଅନୁଯାୟୀ, ଏଭଳି ଧମକପୂର୍ଣ୍ଣ କଲ୍ ପାଇବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସିଆଇଏସଏଫ୍ ଦଳ ପୂରା ପରିସରକୁ ଭଲ ଭାବରେ ଯାଞ୍ଚ କରିଥିଲା ବେଳେ କିଛି ସନ୍ଦେହଜନକ ମିଳିନଥିଲା।

ତେବେ ଦିଲ୍ଲୀରେ ବୋମା ଧମକ ଦିଆଯିବା ଏହା ପ୍ରଥମ ଘଟଣା ନୁହେଁ। ନିକଟ ଅତୀତରେ ବୋମା ଧମକ ସମ୍ପର୍କିତ କଲ୍ ବୃଦ୍ଧି ପାଇଛି। ସ୍କୁଲ ଏବଂ ବିମାନକୁ ଅନେକ ଥର ବୋମାମାଡ଼ ନେଇ ଧମକପୂର୍ଣ୍ଣ କଲ୍ ମଧ୍ଯ ମିଳିଛି।

Leave A Reply

Your email address will not be published.