ଦିଲ୍ଲୀ ବିଧାନସଭାର ବାଚସ୍ପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ନେଭାର କାର୍ଯ୍ୟକାରିତା ନେଇ ଆଲୋଚନା କଲେ

ଭୁବନେଶ୍ୱର: ଦିଲ୍ଲୀ ବିଧାନସଭାର ବାଚସ୍ପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥି ସହିତ ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଓ ଉପବାଚସ୍ପତି ମୋହନ ସିଂ ବିଷ୍ଟ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କୁ ରାଜ୍ୟ ବିଧାନସଭାରେ ସାକ୍ଷାତ କରିଛନ୍ତି ।ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିର ସଦସ୍ୟମାନେ ଓଡ଼ିଶା ବିଧାନସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶେଷ ଭାବେ ଅବଗତ ହେବା ସହ ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌ (ନେଭା) ମାଧ୍ୟମରେ କାଗଜବିହୀନ ବିଧାନସଭା ପରିଚାଳନାର ସଫଳ କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।

ଏହି ଅବସରରେ ଦିଲ୍ଲୀ ବିଧାନସଭାର ସଚିବ ରଣଜିତ ସିଂ, ବିତ୍ତ ଅଧିକାରୀ ଗୁରୀନ୍ଦର ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.