ପୁରୀରେ ମହାପ୍ରଭୁଙ୍କ ଆଶିଷ ନେଲେ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ

ପୁରୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ବୁଧବାର ଦିନ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି। ତାଙ୍କ ପତ୍ନୀ ତଥା ଲୋକସଭା ସାଂସଦ ଡିମ୍ପଲ ଯାଦବ ମଧ୍ୟ ଦର୍ଶନ କରିଥିଲେ।

ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। “ଆଜି, ମୁଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛି… ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥ ସମଗ୍ର ଦେଶର ଲୋକଙ୍କୁ ଆଶୀର୍ବାଦ କରନ୍ତୁ। ଦେଶରେ ସାମାଜିକ ନ୍ୟାୟକୁ ସୁଦୃଢ଼ କରନ୍ତୁ। ମୁଁ ଭାରତରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ମଧ୍ୟ ପ୍ରାର୍ଥନା କରିଛି।

ଏହାପୂର୍ବରୁ ଅଖିଳେଶ ଭୁବନେଶ୍ୱରରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଭେଟିଥିଲେ। “ଆମେ ମାଟିରେ ଅଧିକ ଲୋକଙ୍କ ସହିତ ଜଡିତ ହୋଇ ଓଡ଼ିଶାରେ ଆମର ଉପସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଛୁ ବୋଲି ଅଖିଳେଶ କହିଥିଲେ।

ଆହୁରି ମଧ୍ୟ ଶ୍ରୀକାନ୍ତ ଜେନାଙ୍କ ସହ ସାକ୍ଷାତକାରକୁ ନେଇ ସେ କହିଛନ୍ତି ଯେ “ବାବାସାହେବ ଆମ୍ବେଦକରଙ୍କ ସମାନତା, ସମ୍ମାନ ଏବଂ ଅନ୍ତର୍ଭୁକ୍ତିର ସ୍ୱପ୍ନକୁ ପୂରଣ କରିବା ପାଇଁ, ମୁଁ ଏଠାକୁ ତାଙ୍କୁ ଭେଟିବାକୁ ଆସିଛି। ଆମ୍ବେଦକରଙ୍କ ସ୍ୱପ୍ନ ସହିତ ସମାଜବାଦୀ ପାର୍ଟି ଓଡ଼ିଶାରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି।”

Leave A Reply

Your email address will not be published.