ଗ୍ରୀଷ୍ମ ପ୍ରବାହ ପାଇଁ ହେବ କି ଅନଲାଇନ କ୍ଲାସ?

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡ଼ିକ ନିର୍ଦ୍ଧାରିତ ସମୟ ଠାରୁ ଆଗୁଆ ବନ୍ଦ କରିଦିଆଯାଇଛି। ଛାତ୍ରଛାତ୍ରୀ ମାନଙ୍କର ପାଠ ପଢାରେ କୌଣସି ଅସୁବିଧା ନ ହେବା ପାଇଁ ଓଡ଼ିଶା ସରକାର ବର୍ତ୍ତମାନ ଅନଲାଇନ କ୍ଲାସ କରିବା ନେଇ ବିଚାର କରୁଛନ୍ତି।

ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ତେବେ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସ୍କୁଲ କେବେ ଖୋଲାଯିବ ସେ ବିଷୟରେ ଅବଗତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

କିଛି ଘରୋଇ ସ୍କୁଲ ସରକାରୀ ନିର୍ଦ୍ଦେଶକୁ ଅମାନ୍ୟ କରି ସ୍କୁଲ ଖୋଲା ରଖି କ୍ଲାସ କରୁଥିବା ନେଇ ସୂଚନା ମିଳିଛି। ଯଦି କେହି ସ୍କୁଲ ନିର୍ଦ୍ଦେଶକୁ ଅମାନ୍ୟ କରୁଥାନ୍ତି ତାହେଲେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ୍ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯଦି କୌଣସି ଅଘଟଣ ଘଟେ ତାହେଲେ ଯେଉଁମାନେ ସ୍କୁଲ ଖୋଲା ରଖିଛନ୍ତି ସେମାନେ ହିଁ ଏଥିପାଇଁ ଦାୟୀ ରହିବେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.