ୟୁସୁଫ ପଠାନଙ୍କ ଚିଠିକୁ ନେଇ ବର୍ଷିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାର ଦୁର୍ବ୍ୟବହାର କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ନିଜର ଚିନ୍ତା ବ୍ୟକ୍ତ କରିଥିଲେ।

ଅମିତ ଶାହଙ୍କୁ ଲେଖାଯାଇଥିବା ଚିଠିରେ ନିଜର ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶା ସରକାର କେବଳ ରାଜ୍ୟରେ ଅବୈଧ ଭାବରେ ରହୁଥିବା ଲୋକ ମାନଙ୍କୁ ରାଜ୍ୟରୁ ବାହାର କରିବାକୁ ଚାହୁଁଛନ୍ତି। ଯେଉଁ ବାଂଲାଦେଶୀ ବାସିନ୍ଦା ମାନେ କୌଣସି ଆଇନଗତ କାଗଜପତ୍ର ବିନା ଓଡ଼ିଶାରେ ରହୁଛନ୍ତି କେବଳ ସେହିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କୁ ରାଜ୍ୟରୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି। ତେବେ ଏଥିରେ କୌଣସି ମୁସଲମାନ ମାନଙ୍କୁ ଟାର୍ଗେଟ କରାଯାଉନାହିଁ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ମୁସଲିମ ସମ୍ପ୍ରଦାୟର କୌଣସି ସଦସ୍ୟ ବିନା କାରଣରେ ପ୍ରଭାବିତ ହେବେ ନାହିଁ। ଏହି ଘଟଣାରେ ମେ ୨ ତାରିଖରେ ଟିଏମସି ସାଂସଦ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏପରିକି ତାଙ୍କ ବାହାରାମପୁର ନିର୍ବାଚନମଣ୍ଡଳୀର ଶ୍ରମିକମାନଙ୍କ ବିରୁଦ୍ଧରେ ହିଂସା ହେଉଥିବା ଅଭିଯୋଗ ଆଣିଥିଲେ। ଏପରି ଘଟଣା ଜୀବନ ଜୀବିକାକୁ ବାଧାପ୍ରାପ୍ତ କରିବା ସହ ମଣିଷର ମୌଳିକ ମାନବାଧିକାରକୁ ମଧ୍ୟ ବିପଦରେ ପକାଇବ ବୋଲି ମଧ୍ୟ ଅଭିଯୋଗ କରାଯାଇଛି।

Leave A Reply

Your email address will not be published.