ଆସନ୍ତା ୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର। ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ ଜାରି ହୋଇଛି। ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ମକ୍‌ ଡ୍ରିଲ୍ କରିବାକୁ‌ ପରାମର୍ଶ ଦିଆଯାଇଛି। ଶତ୍ରୁ ଆକ୍ରମଣ ପରିସ୍ଥିତିରେ ନିଜକୁ କିପରି ସୁରକ୍ଷା ଦେବେ ସେନେି ପ୍ରସ୍ତୁତି ହେବାକୁ ପରାମର୍ଶ ଦିଆଯାଇଛି।

ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ ହେବ। ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯିବ। ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ନକ୍ସା ପ୍ରସ୍ତୁତ ସରିଛି। କେବଳ ଠିକ୍ ସମୟକୁ ଅପେକ୍ଷା କରିଛି ସେନା। ଏସବୁ ଭିତରେ ରାଫେଲ ତାର ପରାକ୍ରମ ଦେଖାଇଛି। ଆକାଶ ପଥରୁ ଆକ୍ରମଣ ହେଲେ ସାଇରନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲାକ ଆଉଟ ଭଲି ପରିସ୍ଥିତି ସୃଷ୍ଟି ହେଲେ ସେଥିରୁ କେମିତି ବର୍ତ୍ତିଲେ ସେ ନେଇ ବି ତାଲିମ ଦିଆଯିବ। ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହାରି ଭିତରେ ଆତଙ୍କବାଦର ଅନ୍ତ କରିବାକୁ ଭାରତକୁ ଖୋଲା ସମର୍ଥନ ଦେଇଛନ୍ତି ଋଷ ଓ ଜାପାନ।

Leave A Reply

Your email address will not be published.