ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ରାୟ ପରେ ବିଶ୍ୱ ବିଦ୍ୟାଳୟ ନିଯୁକ୍ତିରେ ଫିଟିଲା ବାଟ। ଆଇନଗତ ପ୍ରତିବନ୍ଧକ ହଟିବା ପରେ ପ୍ରତିକ୍ରିୟା ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ କହିଛନ୍ତି ଯେ ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା।

ଲେକଚର ଓ ପ୍ରଫେସର ନିଯୁକ୍ତିରେ ଅସଙ୍ଗତି ରହିଥିଲା ତାହାକୁ ସୁପ୍ରିମକୋର୍ଟ ଦୂର କରିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ନିଯୁକ୍ତିକୁ ନେଇ ନ୍ୟାୟକି ଅସଙ୍ଗତି ଯାହା ରହିଥିଲା ତାହା ଉଠି ସାରିଛି। ଖୁବଶୀଘ୍ର କୁଳପତି ଓ ପ୍ରଫେସର ନିଯୁକ୍ତି ଆରମ୍ଭ ହେବ। ସେଥିପାଇଁ ପ୍ରସ୍ତୁତ ଅଛୁ। ଏକା ସାଙ୍ଗରେ ଏହି ଦୁଇଟି ପ୍ରକ୍ରିୟା ଆଗକୁ ଆଗେଇବ।

ଗତ ମାସରେ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଆଣିଥିଲେ ତାହା ୟୁଜିସି ସହ ସମନ୍ୱୟ ରକ୍ଷା କରି ଅଣାଯାଇଛି। ୨୦୨୦ରେ ଯେଉଁ ନୀତି ଅଣା ଯାଇଥିଲା ତାହା ୟୁଜିସିର ନିୟମକୁ ଉଲଂଘନ କରୁଥିଲା ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ କହିଛନ୍ତି।

Leave A Reply

Your email address will not be published.