କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ୨ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ।

ଓଡ଼ିଶା କ୍ୟାଡରର ଏହି ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ କିମ୍ବା ସେହି ସମକକ୍ଷ ପଦବୀ ପାଇଁ ଚୟନ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଫଳରେ ଏହି ଦୁଇ ଅଧିକାରୀଙ୍କ ଅଭିଜ୍ଞତା ବଢିବା ସହ ଜାତୀୟ ଆଇନ ପ୍ରବର୍ତ୍ତନ ପ୍ରୟାସକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ସ୍ପେସିଆଲ ଆର୍ମଡ୍ ପୋଲିସ (ଏସଏପି)ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ରାଜେଶ କୁମାର ତାଙ୍କ କାର୍ଯ୍ୟ ଓ ଦକ୍ଷତା ବଳରେ ଏସଏପିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଅପରପକ୍ଷେରେ ଅନୁପ କୁମାର ସାହୁ ବର୍ତ୍ତମାନ୍ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଆଇଜିପି ଟ୍ରେନିଂ ଭାବରେ ନିଯୁକ୍ତ ଅଛନ୍ତି।

ତେବେ ଏହି ଦୁଇ ବରିଷ୍ଠ ପୋଲିସ ଅଧିକାରୀ ନିଜର ଦକ୍ଷତା ବଳରେ କେନ୍ଦ୍ରୀୟ ଭୂମିକାରେ ଯୋଗଦାନ ଦେଇ ଜାତୀୟ ପୋଲିସ ଢାଞ୍ଚାକୁ ଉନ୍ନତ କରି ଗଢ଼ିବାରେ ସାହାଯ୍ୟ କରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.